ଦ୍ୱିତୀୟ ବିବାହ କଲେ Rapper ରଫତାର, ଫଟୋ ଭାଇରାଲ ପରେ ଇଣ୍ଡଷ୍ଟ୍ରି କଳାକାଳ ଦେଲେ ଶୁଭେଚ୍ଛା
ପ୍ରଥମ ବିବାହ ବିଫଳ ହେବା ପରେ ପୁଣିଥରେ ବାହା ହେଲେ ରଫତାର । ୨୦୨୨ରେ କୋମଲଙ୍କଠାରୁ ହୋଇଥିଲେ ଅଲଗା ।
ନୂଆଦିଲ୍ଲୀ: ହିନ୍ଦୀ ଫିଲ୍ମ ସଙ୍ଗୀତ ଗାୟକ ତଥା ର୍ୟାପର ରଫତାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରଫତାର ଫ୍ୟାଶନ୍ ଷ୍ଟାଇଲିଷ୍ଟ ତଥା ଅଭିନେତ୍ରୀ ମନରାଜଙ୍କୁ ବିବାହ କରିଛନ୍ତି ।
ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲିବାରେ ଲାଗିଛି । ଏଥିସହ ମନୋରଞ୍ଜନ ସହ ଜଡ଼ିତ ଲୋକମାନେ ତାଙ୍କ ବିବାହ ପାଇଁ ଉଭୟଙ୍କୁ ଶୁଭକାମନା ଜଣାଇବାରେ ଲାଗିଛନ୍ତି ।
ଦ୍ୱିତୀୟ ବିବାହ: ଶୁକ୍ରବାର ଦିନ କିଛି ଖାସ୍ ସମ୍ପର୍କୀୟ ଏବଂ ବନ୍ଧୁଙ୍କ ଗହଣରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଡେଷ୍ଟିନେଶନ୍ ୱେଡିଂରେ ଦୁଇଜଣଯାକ ସାଉଥ୍ ଇଣ୍ଡିଆନ୍ ଲୁକରେ ସଜେଇ ହୋଇଥିବା ଦେଖିବାକୁ ମିଳିଛି ।
ଏହା ରଫତାରଙ୍କ ଦ୍ୱିତୀୟ ବିବାହ । ପୂର୍ବରୁ ସେ କୋମଲ ବୋହରାଙ୍କୁ ବିବାହ କରିଥିଲେ । କିନ୍ତୁ କୌଣସି କାରଣରୁ ୨୦୨୦ରେ ଉଭୟଙ୍କ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ଆବେଦନ କଲେ । ୨୦୨୨ରେ ସେମାନଙ୍କ ଡିଭୋର୍ସ ହୋଇଥିଲା । ଦୁହେଁ ୫ ବର୍ଷ ଡେଟ୍ କରିବା ପରେ ୨୦୧୬ରେ ବିବାହ କରିଥିଲେ ।