୧୮ ବର୍ଷ ପରେ ମାୟାବୀ ଗ୍ରହ ବଦଳାଇବ ସ୍ଥାନ, ଚମକିବ ଏହି ରାଶିର ଭାଗ୍ୟ

୪ ରାଶି ପାଇଁ ଶୁଭ ଫଳ ହେବ ମାୟାବୀ ଗ୍ରହ । ଏହି ସବୁ ରାଶିକୁ ରାହିବାକୁ ପଡ଼ିବ ସତର୍କ ।

ଓଡ଼ିଶା ଭାସ୍କର: ମାୟାବୀ ଗ୍ରହ ରାହୁ ମୀନ ରାଶିରୁ କୁମ୍ଭ ରାଶିର ଗୋଚର କରିବାକୁ ଯାଉଛି । ୪ ରାଶି ଉପରେ ଏହାର ଭଲ ପ୍ରଭାବ ପଡ଼ିବ । ପାଖାପାଖି ୧୮ ବର୍ଷ ପରେ ରାହୁ ନିଜ ସ୍ଥାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଚାଲନ୍ତୁ ଜାଣିବା କେଉଁ ରାଶି ଉପରେ ସୁନା କଳସ ଢାଳିବେ ରାହୁ ଦେବ…

ରାହୁ କେତୁ ସବୁବେଳେ ବକ୍ର ଅବସ୍ଥାରେ ନିଜ ରାଶି ପରିବର୍ତ୍ତନ କରନ୍ତି । ଯାହାଫଳରେ ଏମାନେ ଓଲଟା ଚାଲନ୍ତି । ହୋଲି ପରେ ରାହୁ ଙ୍କର ଗୋଚର ମେ ୮ ତାରିଖରେ କୁମ୍ଭ ରାଶିରେ ହେବ । କୁମ୍ଭ ରଶିରେ ରାହୁ ୫ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ରହିବେ ।

ରାହୁଙ୍କ ଗୋଚର ପ୍ରଭାବ ୧୨ଟିଯାକ ରାଶି ଉପରେ ପଡ଼ିବ । କିନ୍ତୁ ଜ୍ୟୋତିଷ ଗଣନା ଅନୁସାରେ ୪ଟି ମୁଖ୍ୟ ରଶି ରହିଛି ଯାହାଉପରେ ରାହୁଙ୍କ ଗୋଚର କାରଣରୁ ଅତ୍ୟନ୍ତ ଶୁଭଫଳ ମିଳିବ ।

ବୃଷ: ରାହୁ ଗୋଚର ହେବା ଫଳରେ ବୃଷ ରାଶିର ଲୋକଙ୍କ ଭଲ ସମୟ ଆରମ୍ଭ ହୋଇଯିବ । ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ସୁନାମ ମିଳିବ । ସେମାନେ ଯେଉଁ କାମରେ ହାତ ଦେବେ ସେ ସଫଳ ହେବେ ।

ସିଂହ: ସିଂହ ରାଶିର ଲୋକଙ୍କ ପାଇଁ ରାହୁ କୁମ୍ଭ ରାଶିରେ ଗୋଚର ହେବା ଲାଭଦାୟକ । ବ୍ୟକ୍ତିତ୍ୱ ଏବଂ ବ୍ୟବସାୟିକ ଭାବେ ସକାରାତ୍ମକ ପରିବର୍ତ୍ତନ ହେବ । ଏହି ଗୋଚର ସହିତ ଜୀବନର ଭଲ ସମୟ ଆରମ୍ଭ ହେବ । ଘରେ ଖୁସିର ମାହୋଲ ଦେଖାଯିବ।

ଧନୁ: ଧନୁ ରାଶିର ଲୋକମାନେ ରାହୁ ଗୋଚର ହେବା ସମୟରେ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ ପୂର୍ବ ଅପେକ୍ଷା ଭଲ ଚାଲିବ । ଆର୍ଥିକ ଦୃଷ୍ଟିରୁ ଘରେ ସମୃଦ୍ଧି ଆସିବ ।

ମୀନ: ଚାକିରି ପାଇଁ ଭଲ ସମୟ । ଆବଶ୍ୟକତା ଅନୁସାରେ ସବୁ ପ୍ରକାର ସୁବିଧା ସହଜରେ ମିଳିଯିବ । କିନ୍ତୁ କୌଣସି ପ୍ରକାର ନିବେଷ କରିବା ପୂର୍ବରୁ ଭାବି ଚିନ୍ତି କରିବା ଆବଶ୍ୟକ । କାରଣ ନିବେଶରେ କ୍ଷତି ସହିବାର ଯୋଗ ରହିଛି ।