fbpx

ମା ସୋନିଆ ଗାନ୍ଧୀଙ୍କ ପ୍ରତି ସମ୍ମାନ ଦେଖେଇ ସୋସିଆଲ ମିଡିଆରେ କିଛି ଏଭଳି ପୋଷ୍ଟ କଲେ ରାହୁଲ ଆଉ ପ୍ରିୟଙ୍କା

ନୂଆଦିଲ୍ଲୀ :ପ୍ରିୟଙ୍କା ଗାନ୍ଧୀ ଏକ ଭାବପ୍ରବଣ ଇନଷ୍ଟାଗ୍ରାମ ପୋଷ୍ଟ ଲେଖି ତାଙ୍କ ମା ସୋନିଆ ଗାନ୍ଧୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ମୁଁ ଜାଣେ ପ୍ରେମ ପାଇଁ ତୁମେ ଏସବୁ କରିଛ । ମୁଁ ତୁମ ପାଇଁ ଗର୍ବିତ। ସୋନିଆ ଗାନ୍ଧୀ ବୁଧବାର ଦଳର ନୂତନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଙ୍କୁ କଂଗ୍ରେସର ଆଭିମୁଖ୍ୟ ପ୍ରଦାନ କରିଛନ୍ତି। ଗତ ୨୪ ବର୍ଷ ପରେ ଗାନ୍ଧୀ ପରିବାର କୁ ବାଦ ଦେଇ ପ୍ରଥମ ଥର ଜଣେ ଅଣ ଗାନ୍ଧୀ କଂଗ୍ରେସ ଦଳର ସଭାପତି ହୋଇଥିଲେ। ଖଡ଼ଗେ କଂଗ୍ରେସ ମୁଖ୍ୟାଳୟରେ ସୋନିଆ ଗାନ୍ଧୀଙ୍କୁ ରାଜୀବ ଗାନ୍ଧୀଙ୍କ ଏକ ଫଟୋ ଉପସ୍ଥାପନ କରିଥିଲେ। ପ୍ରାୟ ୨୦ ବର୍ଷ ଧରି ଦଳର ନେତୃତ୍ୱ ନେଉଥିବା ସୋନିଆ ଗାନ୍ଧୀ ତାଙ୍କ ସ୍ୱାମୀଙ୍କ ଛବି ନିଜ ହାତରେ ଧରି ଥିଲେ ,ଏହାପରେ ସେ ଦଳୀୟ କର୍ମୀମାନଙ୍କୁ ଉତ୍ସାହର ସହିତ ପ୍ରଶଂସା କରିବା ଆରମ୍ଭ କରିଥିଲେ ।

ପ୍ରିୟଙ୍କା ଗାନ୍ଧୀ ତାଙ୍କ ଭାବପ୍ରବଣ ପୋଷ୍ଟରେ ସୋସିଆଲ ମିଡିଆରେ ତାଙ୍କ ପିତାମାତାଙ୍କ ଏକ ଚିତ୍ର ସେୟାର କରି ଲେଖିଛନ୍ତି, ‘ତୁମ ପାଇଁ ଆମେ ଗର୍ବିତ , ଦୁନିଆ ଯାହା କହୁଛି କିମ୍ବା ଭାବୁନା କାହିଁକି, ମୁଁ ଜାଣେ, ତୁମେ ପ୍ରେମ ପାଇଁ ଏହା କରିଛ।’ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଅଜୟ ମାକେନ୍ ସୋନିଆ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ହସ୍ତକ୍ଷେପ ଦ୍ୱାରା ସେ ଦଳର ରାଜନୀତିକୁ ସମୟର ଆବଶ୍ୟକତା ଅନୁଯାୟୀ ପ୍ରାସଙ୍ଗିକ ଏବଂ ନମନୀୟ କରିଥିଲେ ଏବଂ ଯେତେବେଳେ ବି ଆବଶ୍ୟକତା ପଡେ, ସେ କଷ୍ଟସାଧ୍ୟ ତଥା ସୁଦୂରପ୍ରସାରୀ ନିଷ୍ପତ୍ତି ନେଇ ଭବିଷ୍ୟତ ପାଇଁ ମୂଳଦୁଆ ପକାଇଲେ। କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀ ମଧ୍ୟ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ପିତା ମାତା ଙ୍କ ଏକ ଫଟୋ ସେୟାର କରିଛନ୍ତି।

ସୋନିଆ ଗାନ୍ଧୀ ଦୀର୍ଘ ସମୟ ଧରି କଂଗ୍ରେସର ନେତୃତ୍ୱ ନେଇଥିଲେ:ଦୀର୍ଘ ସମୟ ଧରି ସୋନିଆ ଗାନ୍ଧୀ ଦଳର ନେତୃତ୍ୱ ନେଇଥିଲେ। ସେ ୧୯୯୮-୨୦୧୭ ରୁ କଂଗ୍ରେସ ସଭାପତି ଏବଂ ପରେ ୨୦୧୯-୨୨ ରୁ ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବରେ ଦଳର ନେତୃତ୍ୱ ନେଇଥିଲେ। ସୋନିଆ ଗାନ୍ଧୀ ପ୍ରଥମେ ରାଜନୀତିରୁ ସମ୍ପୂର୍ଣ୍ଣ ଦୂରରେ ରହିଥିଲେ। ଏହାପରେ ସେ ୧୯୯୭ ରେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ପରବର୍ତ୍ତୀ ବର୍ଷ ଦଳର ମୁଖ୍ୟ ହୋଇଥିଲେ।

Get real time updates directly on you device, subscribe now.