fbpx

ରାଇଘରରେ ଅନ୍ତିମ ପର୍ଯ୍ୟାୟରେ ଭୋଟଗ୍ରହଣ: ୨୯୨ଟି ବୁଥରେ ହେବ ଭୋଟଗ୍ରହଣ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ତିମ ପର୍ୟ୍ୟାୟ ଭୋଟ ସକାଶେ ପ୍ରସ୍ତୁତି ଶେଷ, ଆଜି ହେବ ଭୋଟ। ରାଇଘର ତ୍ରିସ୍ତରୀୟ ନିର୍ବାଚନ ସକାଶେ ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ହୋଇଥିବା ଗଞ୍ଜପାର ଠାରେ ଥିବା ଆଇଟି, ଆଇ ଠାରେ ଇଲେକ୍ସନ ପାଈ ଆସିଥିବା ସମସ୍ତ କର୍ମଚାରୀ ମାନେ ଆସି ନିଜ ନିଜ ବୁଥ ପାଈ ବେଲାଟ ପେପର ଭୋଟ ବକ୍ସ ଧରି ବୁଥ ଅଭିମୁଖେ ଯିବା ଦେଖିବାକୁ ମିଳିଛି। ୨୯୨ ବୋଥ ରେ ପ୍ରିଜାଇଡିଂ ଅଫସରଙ୍କ ସହ ପୋଲିଂ ଅଫିସରଙ୍କ ସହ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ରାଇଘର ବ୍ଲକରେ ୪ ଟି ଜିଲ୍ଲା ପରିଷଦ, ୨୬ଟି ସରପଂଚ ଓ ସମିତି ମେମ୍ବର,୨୯୨ଟି ୱାର୍ଡ ମେମ୍ବର ପାଇଁ ଭୋଟ ଗ୍ରହଣ ହେବ। ରାଇଘର ବ୍ଲକରେ ଲକ୍ଷାଧିକ ଭୋଟର ରହିଥିବା ବେଳେ ବ୍ଲକର କେତେଟା ବୁଥ ସମଦନ ଶିଳ ଥିବା ବେଳେ କେତେଟା ବୁଥ ଅତି ସମ୍ବଦନଶୀଳ ରହିଅଛି।

ସେଠାରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସେହିପରି ଉମରକୋଟ ବ୍ଲକ ରେ ୩ଟି ଜିଲ୍ଲା ପରିଷଦ ଆସନ ଏବଂ ୨୬ଟି ସରପଂଚ ଓ ସମିତି ମେମ୍ବର ପାଇଁ ଏକ ଲକ୍ଷ ଆଠ ହଜାର ଭୋଟର ମତଦାନ ସାବ୍ୟସ୍ତ କରିବେ। ଏହି ତ୍ରୀସ୍ତରୀୟ ନିର୍ବାଚନ ସକାଶେ ଭୋଟର ଙ୍କୁ ଆକୃଷ୍ଟ କରିବା ପାଇଁ କେତେକ ବୁଥରେ ମହିଳା କର୍ମଚାରୀ ମାନଙ୍କୁ ପ୍ରିସାଇଦିଂ ଅଫିସର ଓ ପୋଲିଂ ଅଫିସର ଭାବେ ନିୟୋଜିତ ହୋଇ ଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ତରଫରୁ ସମସ୍ତ କାର୍ୟ୍ୟ ତଦାରଖ କରିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.