fbpx

ଦୋହରୀକରଣ କାର୍ଯ୍ୟ ସକାଶେ ନୂଆବର୍ଷରୁ ସପ୍ତାହକ ପାଇଁ କୋରାପୁଟକୁ ରେଳ ଚଳାଚଳ ବାତିଲ

ଭୁବନେଶ୍ୱର: ନୂଆବର୍ଷରୁ ସପ୍ତାହକ ପାଇଁ କୋରାପୁଟକୁ ସମସ୍ତ ରେଳ ଚଳାଚଳ ବାତିଲ କରାଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟରୁ ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ କାର୍ଯ୍ୟ ପାଇଁ ଜାନୁଆରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଏପରି ପଦକ୍ଷେପ ନିଆଯାଇଛି । ଜାନୁଆରୀ ୧ରୁ ୫ ତାରିଖ ବିଶାଖାପାଟଣା-କୋରାପୁଟ ରେଳ ଏବଂ ୨ରୁ ୬ ତାରିଖରେ କୋରାପୁଟ-ବିଶାଖାପାଟଣା ରେଳକୁ ବାତିଲ କରାଯାଇଛି ।

ରାଉରକେଲାରୁ ଜଗଦଲପୁର ଯାଉଥିବା ରେଳ ୧ରୁ ୬ ତାରିଖ ଏବଂ ଜଗଦଲପୁରରୁ ରାଉରକେଲା ରେଳକୁ ୨ରୁ ୭ ତାରିଖ ପର୍ଯ୍ୟନ୍ତ କୋରାପୁଟ ନ ଆସି ରାୟଗଡାରେ ଅଟକିବ । ସେହିଭଳି ହାୱାଡାରୁ ଜଗଦଲପୁର ରେଳ ୨ରୁ ୬ ତାରିଖ ଏବଂ ଜଗଦଲପୁରରୁ ହାୱାଡା ରେଳ ୩ରୁ ୭ ତାରିଖ ପର୍ଯ୍ୟନ୍ତ କୋରାପୁଟ ନ ଆସି ଟିଟିଲାଗଡ଼ରେ ଅଟକିବ । ଏହି ସମସ୍ତ ରେଳ କୋରାପୁଟକୁ ଆସିବ ନାହିଁ । ଭୁବନେଶ୍ୱରରୁ ଜଗଦଲପୁର ଓ ଜଗଦଲପୁରରୁ ଭୁବନେଶ୍ୱର ରେଳ କୋରାପୁଟକୁ ଠିକ ସମୟରେ ଯାତାୟାତ କରିବ ବୋଲି ପୂର୍ବତଟ ରେଳପଥ ସୂଚନା ଦେଇଛି ।

Get real time updates directly on you device, subscribe now.