fbpx

ତାତିକୁ ରୋକିଲା କାଳବୈଶାଖୀ: ବର୍ଷା ଯୋଗୁଁ ରାଜ୍ୟବାସୀଙ୍କୁ ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ମୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଆଜି ସୂର୍ଯ୍ୟଙ୍କ ପ୍ରଭାବ ଟିକିଏ କମ ରହିଛି । ଅସହ୍ୟ ତାତିରୁ ଆଜି ଓଡିଶା ପାଇଛି ସାମାନ୍ୟ ମୁକ୍ତି । ଗତକାଲିର କାଳବୈଶାଖୀ ଫଳରେ ଆଜି ଓଡିଶାରେ ତାପମାତ୍ରା କମ ରହିଥିବା କହିଛି ପାଣିପାଗ ବିଭାଗ । ରାଜ୍ୟର ମାତ୍ର ଆଜି ରାଜ୍ୟର ମାତ୍ର ୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ରହିଛି । ତେବେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଛି ।

ଏହାପରେ ସୋନପୁରରେ ୪୧.୭, ଯାଜପୁରରେ ୪୧ ଏବଂ ଝାରସୁଗୁଡାରେ ୪୦.୮ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ବରଗଡର ତାପମାତ୍ରା ୪୦.୪ଡିଗ୍ରୀ ଥିବା ବେଳେ ଅନୁଗୁଳରେ ୪୦.୧ ଏବଂ ସମ୍ବଲପୁର ଓ ବଲାଙ୍ଗୀରରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହୋଇତିବା ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ତେବେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିୟସ ରହିଛି ଏବଂ କଟକରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତକାଲିର କାଳବୈଶାଖୀ ବର୍ଷା ରାଜ୍ୟବାସୀଙ୍କୁ ଅସହ୍ୟ ଗରମରୁ ମୁକ୍ତି ଦେଇଛି ।

Get real time updates directly on you device, subscribe now.