ନୂଆଦିଲ୍ଲୀ: ବାହୁବଳୀର ନିର୍ଦ୍ଦେଶକ ଏସ.ଏସ୍. ରାଜାମୌଲୀ ଦିଲ୍ଲୀ ଏୟାରପୋର୍ଟ ଦେଖାଯାଉଥିବା କିଛି ଅବ୍ୟବସ୍ଥା ଉପରେ କ୍ରୋଧ ପ୍ରକାଶ କରିଛନ୍ତି । ଏନେଇ ସେ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏୟାରପୋର୍ଟରେ ଯାତ୍ରୀ ମାନେ ତଳେ ବସି ଏବଂ କାନ୍ଥର ସାହାରା ନେଇ ଆରଟିପିସିଆର୍ ଟେଷ୍ଟର ଫର୍ମ ପୂରଣ କରୁଛନ୍ତି । ତେଣୁ ଏ ପ୍ରକାରର ଅବ୍ୟବସ୍ଥାକୁ ନେଇ ରାଜାମୌଲୀ ଅଭିଯୋଗ ଆଣିଛନ୍ତି ।
ଟୁଇଟର୍ ରେ ଦିଲ୍ଲୀ ଏୟାରପୋର୍ଟକୁ ଟ୍ୟାଗ୍ କରି ସେ ଲେଖିଛନ୍ତି ଯେ, “ଲୁପ୍ଥାନାସା ଫ୍ଲାଇଟ୍ ରେ ଦ୍ୱିପହର ୧ଟା ସମୟରେ ପହଞ୍ଚିଥିଲେ । ଆରଟିପିସିଆର୍ ଟେର୍ଷ୍ଟ ପାଇଁ ଫର୍ମ ପୂରଣ କରିବାକୁ ଦିଆଯାଇଥିଲା । ସେଠାରେ ସବୁ ଯାତ୍ରୀ ଫର୍ମ ପୂରଣ କରିବା ପାଇଁ ତଳେ ବସିଛନ୍ତି ତ କିଛି କାନ୍ଥ ସାହାରରେ ଠିଆ ହୋଇଛନ୍ତି । ଏହା ଭଲ ନୁହେଁ । ସେମାନଙ୍କ ପାଇର୍ ଟେବୁଲ୍ ର ବ୍ୟବସ୍ଥା କରିବା ହେଉଛି ଏକ ଛୋଟ ସୁବିଧା” ।
ଏହା କହିବା ସହିତ ସେ ଆଉ ଏକ ଟୁଇଟ୍ ରେ କହିଛନ୍ତି ଯେ, “ଏହିଭଳି କିଛି ଦୃଶ୍ୟ ଭାରତର ଛବିକୁ ଖରାପ କରୁଛି” । ଏହାବ୍ୟତୀତ ସେ କହିଛନ୍ତି ଯେ, “ଏକଜିଟ୍ ଡୋରରେ ଏତେ ସଂଖ୍ୟାରେ ବୁଲା କୁକୁର ଅଛନ୍ତି ଯେ, ଯିଏ ବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ । ବିଦେଶୀଙ୍କ ପାଇଁ ଭାରତର ଏହି ଛବି ଠିକ୍ ନୁହେଁ” ।
And surprised to find so many stray dogs in the hangar outside the exit gate. Again not a great first impression of India for the foreigners. Please look into it. Thank you…
— rajamouli ss (@ssrajamouli) July 2, 2021
ରାଜାମୌଲୀଙ୍କ ଏହି ଟୁଇଟ୍ ରେ ଦିଲ୍ଲୀ ଏୟାରପୋର୍ଟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଆପଣଙ୍କ ପ୍ରତିକ୍ରିୟା ପାଇଁ ଧନ୍ୟବାଦ । ଆରଟିପିସିଆର୍ ସମ୍ବନ୍ଧିତ ଉଦ୍ଦେଶ୍ୟ ପାଇଁ ଟେବୁଲ୍ ର ବ୍ୟବସ୍ଥା ରହିଛି । କିନ୍ତୁ କିଛି ଅନ୍ୟ ସ୍ଥାନରେ ଟେବୁଲ୍ ନାହିଁ । ଏହା ଉପରେ ଧ୍ୟାନ ଦିଆଯିବ” ।