fbpx

ଦୁଇ ମୁସଲମାନ ଛାତ୍ରଙ୍କ ରାମାୟଣ ଭକ୍ତି: ଅନଲାଇଲ କୁଇଜ୍ ପ୍ରତିଯୋଗିତାରେ ଅଧିକାର କଲେ ପ୍ରଥମ ସ୍ଥାନ

କେରଳ: ଜାତି,ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଆମେ ଭାରତୀୟ । ଯାହାକୁ ସତ ପ୍ରମାଣ କରିଛନ୍ତି ଦୁଇ ମୁସଲମାନ ଛାତ୍ର । ରାମାୟଣକୁ ନେଇ ଅନଲାଇନରେ ହେଉଥିବା କୁଇଜ୍ ପ୍ରତିଯୋଗିତାରେ ଏହି ଦୁଇ ମୁସଲମାନ ଛାତ୍ର ବିଜୟୀ ହୋଇଛନ୍ତି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ୨ ମୁସଲମାନ ଛାତ୍ର ହେଉଛନ୍ତି କେରଳ ରାଜ୍ୟର ମଲପୁରମ ଅଞ୍ଚଳର ମହମ୍ମଦ ଜବୀର ପିକେ ଓ ମହମ୍ମଦ ବେସିଥ ଏମ । ଅନଲାଇନରେ ରାମାୟଣକୁ ନେଇ ହେଉଥିବା ଏକ କୁଇଜ୍ ପ୍ରତିଯୋଗିତାରେ ଉଭୟ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୦୦ରୁ ଉର୍ଦ୍ଧ ପିଲା ଯୋଗ ଦେଇଥବାବେଳେ ଏହି ୨ ମୁସଲମାନ ଛାତ୍ର ବିଜେତା ହୋଇଛନ୍ତି । ଭେଟେରାନ ପ୍ରକାଶକ ଡିସି ବୁକ୍ କମ୍ପାନୀ ଏହି ଅନଲାଇନ୍ ପ୍ରତିଯୋଗିତାର ଆୟୋଜନ କରିଥିଲେ । ଯେଉଁଥିରେ ଏହି ୨ଜଣ ମୁସଲମାନ ଛାତ୍ର ବିଜୟୀ ହୋଇଛନ୍ତି ।

ତେବେ ଏହି ଦୁଇଜଣ କେକେଏଚଏମ୍ ଇସଲାମିକ୍ ଆଣ୍ଡ ଆର୍ଟର୍ସ୍ କଲେଜରେ ପାଠ ପଢନ୍ତି । ଏମାନେ ପ୍ରତିଯୋଗିତା ଜିତିବା ପରେ ତାଙ୍କ ନିକଟକୁ ବିିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ୨ ମୁସଲମାନ ଛାତ୍ର ମହମ୍ମଦ ଜବୀର ପିକେ ଓ ମହମ୍ମଦ ବେସିଥ ଏମକୁ ପଚାରିବାରୁ ସେ ରାମାୟଣ ବିଷୟରେ ଅନେକ ରୋଚକ କଥା କହିବା ସହ ପ୍ରତ୍ୟେକ ଭାରତୀୟ ରାମାୟଣ ଓ ମହାଭାରତ ପଢିବା ଓ ସେଥିରୁ ଆମ ପରମ୍ପରା , ସଂସ୍କୃତି, ଏବଂ ଇତିହାସ ବିଷୟରେ ଜାଣିବା ଉଚିତ୍ ବୋଲି କହିଥିଲେ । ଏଥିସହିତ ସେମାନେ ଆହୁରି ମଧ୍ୟ କହିଥିଲେ ଯେ କୌଣସି ଧର୍ମ ଘୃଣା ବଢାଇ ନଥାଏ ବରଂ ଏହା ଶାନ୍ତି ଓ ସଦ୍ଭାବନାର ପ୍ରଚାର କରିଥାଏ । ଯାହାକି ସମସ୍ତ ଭାରତୀୟଙ୍କ ମନ ଜିତିଛି ।

Get real time updates directly on you device, subscribe now.