କ୍ରୀଡ଼ା ଜଗତରେ ଚାଞ୍ଚଲ୍ୟ! ଷ୍ଟାର ଫୁଟବଲର ଏମବାପେଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଫୁଲବଲ ଜଗତର ମହାନ୍ ଖେଳାଳି ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲଡୋଙ୍କୁ ଟକ୍କର ଦେଉଥିବା ଫ୍ରାନ୍ସର ଜଣେ ବଡ଼ ଖେଳାଳିଙ୍କ ନାମରେ ଆସିଛି ଏକ ବଡ଼ ଅଭିଯୋଗ । କିଲିଆନ ଏମବାପ୍ପେଙ୍କ ନାମରେ ଆସିଛି ଏକ ଦୁଷ୍କର୍ମ ଅଭିଯୋଗ । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଯୁବ ଷ୍ଟାର ଷ୍ଟ୍ରାଇକର ଏମବାପେଙ୍କ ଫ୍ୟାନ୍ସଙ୍କ ଶକ୍ତ ଝଟକା ଲାଗିଛି । ସ୍ୱୀଡେନର ଏକ ଦୈନିକ ପତ୍ରିକାରେ ଏଭଳି ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି । ଏମବାପେଙ୍କ ନାମରେ ଦୁଷ୍କର୍ମ ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରିପୋର୍ଟରେ କରାଯାଇଥିବା ଦାବି ମୁତାବକ, ଫ୍ରାନ୍ସର ମହାନ୍ ଫୁଟବଲର ଏମବାପେ ଖେଳରୁ ବ୍ରେକ୍ ନେବା ସମୟରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ଏହି ଖବର ପ୍ରକାଶ ପାଇବା ପରେ ଏମବାପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି । ରିୟଲ ମାଡ୍ରିଦର ଷ୍ଟାର ଫୁଟବଲର ଏହି ସମ୍ପୂର୍ଣ୍ଣ ରିପୋର୍ଟକୁ ଫେକ୍ ବୋଲି କହିଛନ୍ତି । ଏଥିସହିତ ଉକ୍ତ ପତ୍ରିକା ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନେଶନ କପ ଟୁର୍ଣ୍ଣାମେଣ୍ଟ ଅବସରରେ ଏବବାପେ ବ୍ରେକ୍ ନେଇଥିଲା । ସେହି ସମୟରେ ସେ ନିଜର ବନ୍ଧୁମାନଙ୍କ ସହ ସ୍ୱିଡେନ ଯାଇଥିଲେ । ସେଠାରେ ଷ୍ଟାକହୋମର ସିଟି ସେଣ୍ଟରରେ ସେ ରେଷ୍ଟୁରାଣ୍ଟରେ ଖାଦ୍ୟ ସେବନ କରିଥିଲେ । ଏହାପରେ ସେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଓ ଏହା ପରେ ପୀଡ଼ିତା ପୋଲିସରେ ଫୁଟବଲରଙ୍କ ବିରୋଧରେ ରିପୋର୍ଟ ଦାଖଲ କରିଥିବା କୁହାଯାଇଛି । ଏହା ଏକ ଫେକ୍ ନ୍ୟୁଜ୍ ବୋଲି ୨୫ ବର୍ଷୀୟ ଫୁଟବଲର ସୋସିଆଲ ମିଡ଼ିଆ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଏଥିସହିତ ଏହା ଏକ ଗୁଜବ ଓ ଏନେଇ ନେଇ ଆଇନଗତ ପରାମର୍ଶ ନେଉଥିବା କହିଛନ୍ତି ।

Get real time updates directly on you device, subscribe now.