fbpx

ଦୁଷ୍କର୍ମ ପୀଡ଼ିତାଙ୍କୁ ଥାନାରେ ଦୁଷ୍କର୍ମ କଲେ ଅଧିକାରୀ; ଆଜି ପୀଡ଼ିତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ: ଲୋକେ କୌଣସି ବିପତ୍ତିରେ ପଡ଼ିଥିଲେ କିମ୍ବା ତାଙ୍କ ବିରୁଦ୍ଧରେ କିଛି ଅନ୍ୟାୟ ହୋଇଥିବା ଅଭିଯୋଗରେ ପୋଲିସ ପାଖକୁ ନ୍ୟାୟ ପାଇବା ଲାଗି ଆସିଥାନ୍ତି । କିନ୍ତୁ ଉତ୍ତର ପ୍ରଦେଶରୁ ଆସିଥିବା ଖବର ମୁତାବକ ଲଳିତପୁର ଥାନା ଅନ୍ତର୍ଗତ ପାଲି ଅଞ୍ଚଳରେ ଥାନା ମୁଖ୍ୟ ହିଁ ଜଣେ ଗଣଦୁଷ୍କର୍ମ ପିଡ଼ିତାଙ୍କୁ ଦୁଷ୍କର୍ମ କରିଥିବାର ଖବର ଆସିଛି । ଯାହାକୁ ନେଇ ବର୍ତ୍ତମାନ ଉତ୍ତରପ୍ରଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି । ପିଡ଼ିତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଖବର ଅନୁସାରେ ଗଣଦୁସ୍କର୍ମ ପଡ଼ୀତା ନାବାଳିକାଙ୍କ ବୟାନ ରେକର୍ଡ କରିବାକୁ ଡାକି ଏଏସସଓ ତିଲକଧାରୀ ସରୋଜ ତାଙ୍କ ସହିତ ଥାନା ଅଧକ୍ଷ୍ୟ ଥାନା ପରିସରରେ ହିଁ ନିଜ ଚାମ୍ବରରେ ଦୁଷ୍କର୍ମ କରିଥିଲେ । ତେବେ ଚାଇଲ୍ଡ ଲାଇନ୍ କାଉଂସିଲ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଏସପି ଥାନା ମୁଖ୍ୟଙ୍କୁ ନିଲମ୍ବିତ କରିଛନ୍ତି । ଏବେ ଏଏସସଓ ଏବଂ ଅନ୍ୟ ଚାରି ଯୁବକଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । କାନପୁର ଜୋନ ଏଡିଜି ଭାନୁ ଭାସ୍କର ଏହି ମାମାଲର ତଦନ୍ତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦେବାକୁ ଡିଆଇଜି ଜୋଗେନ୍ଦ୍ର କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନାବାଳିକାଙ୍କ ସହିତ ଦୁଷ୍କର୍ମ କରିବା ପରେ ଫେରାର୍ ହୋଇଯାଇଛନ୍ତି । ଏଏସଓ ତିଲକଧାରୀ ସରୋଜଙ୍କୁ ଧରିବା ଲାଗି ଡିଆଇଜି ଜୋଗେନ୍ଦ୍ର କୁମାରଙ୍କ ନିର୍ଦ୍ଦେଶରେ ପୋଲିସ ତିନି ଟିମ୍ ଗଠନ କରିଛନ୍ତି । ତାଙ୍କୁ ଖୁବଶିଘ୍ର ଧରାଯିବ ବୋଲି ଡିଆଇଜି କହିଛନ୍ତି । ଅନ୍ୟପଟେ ଏସପି ଝାନ୍ସି ବିବେକ ତ୍ରିପାଠୀ ଏହି ମାମଲାରେ ନାବଳିକାଙ୍କର ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରିଛନ୍ତି । ସେ ବୁଧବାର ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ଅଭିଯୁକ୍ତ ଯୁବକ ଏବଂ ପିଡ଼ୀତା ମହିଳାଙ୍କୁ ପଚରାଉଚରା କରିଥିଲେ। ଏବେ ମଧ୍ୟ ଥାନା ଅଧିକାରୀ ଫେରାର୍ ଅଛନ୍ତି ।

Get real time updates directly on you device, subscribe now.