fbpx

ଆପୋଲ୍‌ ହସ୍ପିଟାଲ୍‌ରେ ବିରଳ ଅସ୍ତ୍ରୋପଚାର ସଫଳ, ହାତରେ ଯୋଡ଼ା ହେଲା କଟା ବୁଢା ଆଙ୍ଗୁଠି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଭୁବନେଶ୍ୱରସ୍ଥିତ ଆପୋଲ୍‌ ହସ୍ପିଟାଲ୍‌ରେ ଏକ ବିରଳ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି । ଜୁନ୍‌ ୧୭ ତାରିଖରେ ଜନୈକ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ଧାରୁଆ ମେସିନ୍‌ରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ବାମହାତରେ ବୁଢା ଆଙ୍ଗୁଠିଟି ସମ୍ପୂର୍ଣ୍ଣ ଭାବରେ କଟିଯାଇଥିଲା ।

ତୁର” କଟାଆଙ୍ଗୁଠିକୁ ବ୍ୟାଣ୍ଡେଜ୍‌ରେ ଗୁଡ଼ାଇ ସ୍ଥାନୀୟ ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ଆପୋଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରଣ କରାଯାଇଥିଲା । ମଧ୍ୟାହ୍ନ ସାଢେ ବାରଟା ସମୟରେ ଆପୋଲ୍‌ ହସ୍ପିଟାଲ୍‌ରେ ପହଞ୍ଚିବା ପରେ ପ୍ରାଥମିକ ପରୀକ୍ଷଣ ପରେ କୋଭିଡ୍‌ ଟେଷ୍ଟ କରାଯାଇଥିଲା । ପରେ ଦିନ ତିନିଟା ବେଳେ ତାଙ୍କୁ ଅପରେସନ୍‌ ଥିଏଟରକୁ ନିଆଯାଇଥିଲା । କଟି ଯାଇଥିବା ଆଙ୍ଗୁଠିକୁ ପରୀକ୍ଷା କରାଯିବା ପରେ ଡିଜିଟାଲ୍‌ ଆର୍ଟେରୀ, ନର୍ଭ, ଡୋର୍ସାଲ୍‌ ଭେନ୍‌, ଏକ୍ସଟେନସର୍‌ ଓ ଫ୍ଲେକ୍ସର ଟେଣ୍ଡନ୍‌ଗୁଡ଼ିକୁ ପୁନଃସ୍ଥାପିତ କରାଯାଇଥିଲା । ଏହାପରେ ରୋଗୀଙ୍କୁ ଆନାସ୍‌ସ୍ଥେିଆ ଦିଆଯାଇ କଟିଯାଇଥିବା ସ୍ଥାନର ଅସ୍ତ୍ରୋପଚାର କରାଯାଇଥିଲା ।

ପ୍ରଥମେ କେୱାଇଆର୍‌ ଅପରେସନ୍‌ ଦ୍ୱାରା ହାଡ଼ ଓ ଟେଣ୍ଡନ୍‌ଗୁଡ଼ିକୁ ଯୋଡ଼ାଯାଇଥିଲା । ଏହାପରେ ଡିଜିଟାଲ୍‌ ଆର୍ଟେରୀ, ନର୍ଭ, ଡୋର୍ସାଲ୍‌ ଭେନ୍‌ରେ ଏକ ମାଇକ୍ରୋ ସର୍ଜରୀ କରାଯାଇଥିଲା । ଦୀର୍ଘ ସାଢେ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଡାକ୍ତରମାନେ କଟା ଆଙ୍ଗୁଠିକୁ ଯୋଡ଼ିବାରେ ସଫଳ ହୋଇଥିଲେ । ପ୍ଲାଷ୍ଟିକ୍‌ ଏବଂ ମାଇକ୍ରୋ ଭାସ୍କୁଲାର ସର୍ଜରୀ ବିଭାଗ ମୁଖ୍ୟ ଡ. ଲକ୍ଷ୍ମୀକା” ମିଶ୍ରଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାରରେ ଡ. ସନ୍ତୋଷ ପାଣିଗ୍ରାହୀ ସହାୟତା କରିଥିଲେ । ଡ. ସିଦ୍ଧାର୍ଥ ମହାନ୍ତି ରୋଗୀଙ୍କୁ ଆନାସ୍‌ସ୍ଥେିଆ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.