ରାସନ କାର୍ଡଧାରୀଙ୍କୁ ଝଟକା! ଲିଷ୍ଟରୁ କଟିଯିବ ଆପଣଙ୍କ ନାଁ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ଗତକିଛିଦିନ ହେବ ଉତ୍ତରପ୍ରଦେଶରେ ରାସନ କାର୍ଡଧାରୀ କାର୍ଡ ସରେଣ୍ଡର କରିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଖବରରେ ଦାବି କରାଯାଇଥିଲା ଯେ, ଅଯୋଗ୍ୟ ରାସନ କାର୍ଡଧାରୀମାନଙ୍କୁ ତହସିଲକୁ ଯାଇ ରେସନ କାର୍ଡ ସମର୍ପଣ କରିବାକୁ ପଡିବ । ନଚେତ୍ ସରକାର ସେମାନଙ୍କଠାରୁ ରାସନ ଜବତ କରିବେ । ତେବେ ଏହା ପରେ ସ୍ପଷ୍ଟୀକରଣ ଦେବା ପରେ କୁହାଯାଇଥିଲା ଯେ, ୟୁପିର ଯୋଗୀ ସରକାର ସେପରି କୌଣସି ନିୟମ କରିନାହାଁନ୍ତି ।

କିନ୍ତୁ ଏବେ ରାଜ୍ୟରେ ୟୁପି ସରକାର ରାସନ କାର୍ଡ ବାତିଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ୟୁପି ସରକାର ଦେଇଥିବା ଆଦେଶ ଅନୁସାରେ, ଅଯୋଗ୍ୟ ଲୋକଙ୍କ ନାମ ରାସନ କାର୍ଡ ତାଲିକାରୁ କଟାଯିବ ଏବଂ ବର୍ତ୍ତମାନ କେବଳ ଅଭାବୀ ଲୋକ ମାଗଣା ରାସନର ଲାଭ ପାଇବେ । ଏହା ୟୁପିର ବିଭିନ୍ନ ଜିଲ୍ଲାରେ ଲାଗୁ ହେବା ଆରମ୍ଭ ହୋଇଛି । ତେବେ ୨୦୧୧ ଜନଗଣନା ଅନୁଯାୟୀ, ରାସନ କାର୍ଡ ତିଆରି କରିବାର ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇଛି । ଏଭଳି ପରିସ୍ଥିତିରେ ନୂଆ ରାସନ କାର୍ଡ ତିଆରି ହୋଇପାରିବ ନାହିଁ ।

ଏବେ ଯଦି ନୂତନ ଲୋକମାନେ ରାସନ କାର୍ଡ ପାଇଁ ଆବେଦନ କରୁଛନ୍ତି, ତେବେ ଯାଞ୍ଚରେ ଅଯୋଗ୍ୟ ଥିବା ଲୋକଙ୍କ ରାସନ କାର୍ଡ ବାତିଲ କରାଯାଉଛି । ୨୦୧୧ ର ଜନସଂଖ୍ୟା ଅନୁପାତ ଆଧାରରେ ଜାତୀୟ ଖାଦ୍ୟ ନିରାପତ୍ତାରେ ନାମଗୁଡିକ ଯୋଡାଯାଉଛି । ଏହା ସହ ୨୦୧୧ ତୁଳନାରେ ୨୦୨୨ ରେ ସହରର ଜନସଂଖ୍ୟା ଦ୍ୱିଗୁଣିତ ହୋଇଛି । ଜନସଂଖ୍ୟା ବୃଦ୍ଧି ଆଧାରରେ ୨୦୧୧ ର ଲକ୍ଷ୍ୟ ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି । ତେଣୁ ନୂତନ ରାସନ କାର୍ଡ ତିଆରି କାର୍ଯ୍ୟ ବନ୍ଦ ହୋଇଯାଇଛି ।