fbpx

ରାଜନୀତିରେ ଏଣ୍ଟ୍ରି କଲେ ରବୀନ୍ଦ୍ର ଜାଡେଜା, ବିଜେପିରେ ସାମିଲ ହେବା ନେଇ ‘ଏକ୍ସ’ରେ ପୋଷ୍ଟ କଲେ ପତ୍ନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଲରାଉଣ୍ଡର ଖେଳାଳି ରବୀନ୍ଦ୍ର ଜାଡେଜା ବିଜେପିରେ ସାମିଲ ହୋଇଛନ୍ତି । ଗୁରୁବାର ସେ ଦଳରେ ସାମିଲ ହୋଇଥିବା ନେଇ ତାଙ୍କ ପତ୍ନୀ ରିଭାବା ଜାଡେଜା ଏକ୍ସରେ ସୂଚନା ଦେଇଛନ୍ତି । କହିରଖୁଛୁ ରିଭାବା ଗୁଜରାଟ ଜାମନଗରରୁ ବିଜେପି ବିଧାୟକ ଅଛନ୍ତି ରିଭାବା ଜାଡେଜା ।

ଉଲ୍ଲେଖନୀୟ ନିକଟରେ ଜାଡେଜା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ବର୍ତ୍ତମାନ ଟେଷ୍ଟ ଏବଂ ଦିନିକିଆ ଉପରେ ତାଙ୍କର ଫୋକସ୍ । ସେ ଭାରତ ପାଇଁ ମୋଟ୍ ୭୪ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ଏହି ସମୟ ମଧ୍ୟରେ ସେ ୪୧ ଇନିଂସରେ ୫୧୫ ରନ ସଂଗ୍ରହ କରିଥିଲେ । ଏହି ଫର୍ମାଟରେ ଜାଡେଜା ହାରାହାରି ୨୯.୮୫ ଏବଂ ୭.୧୩ର ଇକୋମିରେ ୫୪ୱିକେଟ ନେଇଛନ୍ତି । ଜାଡେଜା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୧୯୭ ଟି ଏକ ଦିବସୀୟ ଖେଳିଛନ୍ତି। ଏହି ସମୟମଧ୍ୟରେ ସେ ୧୩୨ଇନିଂସରେ ୨୭୫୬ ରନ ସଂଗ୍ରହ କରିଛନ୍ତି । ଜାଡେଜା ଏକ ଦିବସୀୟରେ ୧୩ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଏହି ଫର୍ମାଟରେ କୌଣସି ଶତକ ସ୍କୋର କରିନାହାଁନ୍ତି। ଏହା ବ୍ୟତୀତ ଜାଡେଜା ୧୮୯ରନରେ ୨୨୦ ୱିକେଟ ନେଇଛନ୍ତି। ୫/୩୩ ହେଉଛି ଏକ ଦିବସୀୟରେ ତାଙ୍କର ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ ଏହି ଫର୍ମାଟରେ ସେ ୫୪ ୱିକେଟ୍ ନେଇଛନ୍ତି । ରବୀନ୍ଦ୍ର ଜାଡେଜା ପତ୍ନୀ ରିଭାବାଙ୍କ ସହ ଅନେକ ଥର ବିଜେପି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ସେ ଅନେକ ରୋଡ୍ ସୋ ମଧ୍ୟ କରିଥିଲେ ।

 

Get real time updates directly on you device, subscribe now.