fbpx

୩ଟି ବ୍ୟାଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ: ଆକାଉଣ୍ଟର ଜମା ଅର୍ଥ ଓ ନେଣଦେଣକୁ ନେଇ ଚିନ୍ତାରେ ଅନେକ ଗ୍ରାହକ!

ନୂଆଦିଲ୍ଲୀ: ଅନେକ ସମୟରେ ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ଏଭଳି ସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିବା କରିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥାଏ । ଚଳିତ ମାସରେ ଦୁଇଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରାଯିବା ସହିତ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥିଲା କେନ୍ଦ୍ରୀୟ ବ୍ୟାଙ୍କ ।

ତେବେ ଏହା ଆର୍ôଥକ ସେବା ପ୍ରଦାନ କରୁଥିବା ୩ଟି କମ୍ପାନୀ ଉପରେ ଆରବିଆଇ ବଡ଼ ଆକ୍ସନ ନେଇଛି । ଭୀଜା ୱାର୍ଲ୍ଡୱାଇଡ, ଓଲା ଫାଇନାନ୍ସିଆଲ ସର୍ଭିସେସ ଓ ମଣପୁରମ୍ ଫାଇନାନ୍ସ ଉପରେ ଜରିମାନା ଲାଗୁ କରାଯାଇଛି । ଭୀଜା ୱାର୍ଲ୍ଡୱାଇଡ ପ୍ରାଇଭେଟ ଲିମିଟେଡ ଉପରେ ୨.୪ କୋଟି ଟଙ୍କା, ମଣପୁରମ୍ ଫାଇନାନ୍ସ ଉପରେ ୪୧.୫ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ଓଲା ଫାଇନାନ୍ସିଆଲ ସର୍ଭିସେସ ଉପରେ ଦୁଇଟି ନିୟମ ଉଲ୍ଲଂଘନ କାରଣରୁ ୩୩.୪୦ ଲକ୍ଷ ଓ ୫୪.୧୫ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ନିୟମ ଉଲ୍ଲଂଘନ କାରଣରୁ ଭୀଜା ୱାର୍ଲ୍ଡୱାଇଡ ଉପରେ ଜରିମାନା ଲାଗୁ କରାଯାଇଛି । ସେହିପରି କେୱାଇସି ପାଳନ ନକରିବା କାରଣରୁ ମଣପୁରମ୍ ଫାଇନାନ୍ସ ଉପରେ ଜରିମାନା ଲାଗୁ କରାଯାଇଛି । ତେବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରାହକଙ୍କ ନେଣଦେଣରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଆରବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.