RBI Recruitment 2022: ଗ୍ରାଜୁଏଟଙ୍କ ପାଇଁ ଏହି ପଦରେ ନିଯୁକ୍ତି ସୁଯୋଗ, ଜଲଦୀ କରନ୍ତୁ ଆବେଦନ, ୫୫ ହଜାର ମିଳିବ ଦରମା
ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚାକିରି କରିବା ପାଇଁ ଚାହୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । କାରଣ ଆରବିଆଇର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବାକୁ ଚାହୁଥିଲେ ସେମାନେ ଅଫିସିଆଲ ୱେବସାଇଟ ମକ୍କତହପନତ÷ମନଚୂହଚ କୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ କରିବା ପାଇଁ ମାର୍ଚ୍ଚ ୮ ଶେଷ ତାରିଖ ରହିଛି । ସୁମଦାୟ ୯୫୦ ପଦବୀରେ ଆବେଦନ ପାଇଁ ଗ୍ରହଣ କରାଯାଉଛି ।
ଜରୁରୀ ତାରିଖ:
ଅନଲାଇନ ଆବେଦନ ଆରମ୍ଭ-୧୭ ଫେବୃଆରୀ ୨୦୨୨
ଅନଲାଇନ ଆବେଦନ ଶେଷ ତାରିଖ-୮ ମାର୍ଚ୍ଚ ୨୦୨୨
ଯୋଗ୍ୟତା:
ଆଶାୟୀଙ୍କ ପାଖରେ କୌଣସି ବିଷୟରେ ସର୍ବନିମ୍ନ ୫୦ % ନମ୍ବର ସହ ଗ୍ରାଜୁଏଟ ଡିଗ୍ରୀ ରହିଥିବା ଆବଶ୍ୟକ । ଏହା ସହ କମ୍ପ୍ୟୁଟର ନଲେଜ ରହିଥିବା ଆବଶ୍ୟକ ।
ବୟସ:
ଆଶାୟୀଙ୍କ ବୟସ ୨୦ ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ
ଦରମା:
ଆଶାୟୀଙ୍କ ଦରମା ୫୫,୭୦୦ ରହିଛି
ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ଭଲ ଭାବରେ ପଢ଼ିନେବା ଆବଶ୍ୟକ । ଏହା ଛଡ଼ା ଆଶାୟୀ ଏହି ଲିଙ୍କ ଦ୍ୱାରା ଆବେଦନ କରିପାରିବେ https://ibpsonline.ibps.in/rbiafeb22/ । କିମ୍ବା ଏହି ଲିଙ୍କ ଦ୍ୱାରା ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ https://opportunities.rbi.org.in/Scripts/bs_viewcontent.aspx?Id=4085।