‘ଗଞ୍ଜେଇ’ ଶିବଙ୍କ ପ୍ରସାଦ ନା ଆଉ କିଛି…! ମସ୍ତିଷ୍କକୁ ସକ୍ରିୟ କରିବାରେ ରହିଛି ବଡ଼ ଭୂମିକା
ମତରେ ଶିବ କେବଳ ଥରେ ପିଇଥିଲେ ଗଞ୍ଜେଇ । ଏକାଗ୍ରତା ପାଇଁ ବାବାଜୀ ଟାଣନ୍ତି ଏହି ନିଶା ।
ଓଡ଼ିଶା ଭାସ୍କର: ପ୍ରୟାଗରାଜରେ ଆଯୋଜିତ କୁମ୍ଭମେଳାରେ କୋଟି କୋଟି ଭକ୍ତ ଶାହି ସ୍ନାନରେ ଭାଗ ନେଉଛନ୍ତି । ପ୍ରୟାଗରାଜରେ ଏବେ ବାବାମାନଙ୍କ ଆସର ଜମିଛି । ଦେଶର କୋଣ ଅନୁକୋଣରୁ ଅନେକ ବାବା , ମାତାଜୀ ସବୁ କୁମ୍ଭମେଳାରେ ସାମିଲ ହୋଇଛନ୍ତି ।
ଏବେ ସୋସିଆଲ ମିଡିଆରେ ବହୁ ବାବାଜୀ ଓ ମାତାଜୀଙ୍କ ଭିଡିଓ ଫଟୋ ସବୁ ଭାଇରାଲ ହେଉଛି । ଯେଉଁଥିରେ ବାବାମାନଙ୍କ ଅଜବ କାରନାମା ସାଙ୍ଗକୁ ସେମାନଙ୍କ ବିଷୟରେ କିଛି ନୂଆ କଥା ଜଣିବାକୁ ମିଳୁଛି ।
ଆମେ ଦେଖିଛେ ଶ୍ମଶାନରେ ରହୁଥିବା ଅଘୋରୀ ବାବା ହୁଅନ୍ତୁ ଅବା ସାଧାରଣ ବାବା , ଅନେକ ସମୟରେ ସେମାନଙ୍କୁ ନିଶା ଦ୍ରବ୍ୟ ଯେମିତି ଗଞ୍ଜେଇ ସେବନ କରୁଥିବାର ଦେଖିବାକୁ ମିଳିଛି । ତେବେ ସାଦା ଜୀବନଯାବନ କରୁଥିବା ବୈରାଗୀ ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ପାନ କରିବାର କାରଣ କ’ଣ ହୋଇଥାଇପାରେ କେବେ ଆପଣ ଚିନ୍ତା କରିଛନ୍ତି କି?
ମାର୍ଗ ଦର୍ଶନ: ଚାଲନ୍ତୁ ଜାଣିବା ତା’ ବିଷୟରେ, ବାବାମାନେ ଘର, ସଂସାର ତ୍ୟାଗ କରି ଆସିଥାନ୍ତି । ସେମାନଙ୍କ ଗୋଟିଏ ହିଁ ଲକ୍ଷ୍ୟ ଥାଏ, ଯାହା ହେଲା ଈଶ୍ୱର ପ୍ରାପ୍ତି । ଯାହା ବହୁତ କଠିନ । ସେଥିପାଇଁ ଏକାଗ୍ରତାର ଆବଶ୍ୟକତା ନିହାତି ଭାବେ ଦରକାର । ଏହାଛଡ଼ା ସକ୍ରିୟ ମସ୍ତିଷ୍କର ମଧ୍ୟ ଆବଶ୍ୟକତା ରହିଛି । ଯାହାପାଇଁ ସେମାନଙ୍କୁ ଗଞ୍ଜେଇ ପରି ନିଶା ଦ୍ରବ୍ୟର ସାହାଯ୍ୟ ନେବାକୁ ପଡ଼ିଥାଏ ।
ପରିବାର ଲୋକ କିମ୍ବା ଛୁଆ ପିଲାଙ୍କ ଚିନ୍ତା ମନକୁ ନ ଆସିବା ପାଇଁ ସାଧୁମାନେ ଗଞ୍ଜେଇ ଟାଣିଥାନ୍ତି । ଏହାଦ୍ୱାରା ସେମାନଙ୍କ ଲକ୍ଷ୍ୟ ଗୋଟିଏ କେନ୍ଦ୍ରରେ ହିଁ ରୁହେ । ସାଧୁଙ୍କ ମତରେ ଶିବ ଠାକୁର କେବଳ ଥରେ ଗଞ୍ଜେଇ ପିଇଥିଲେ । ଅମୃତ ମନ୍ଥନ ସମୟରେ ବିଷପାନ କରି ଦେହରେ ଜଳାପୋଡ଼ା ଅନୁଭବ ହେବା କାରଣରୁ ତାଙ୍କୁ ନିଶା ସେବନ କରିବାକୁ ପଡ଼ିଥିଲା ।
ମସ୍ତିଷ୍କ ହୁଏ ସକ୍ରିୟ: ଆଉ ଏକ ବିଶ୍ୱାସ ରହିି, ଶିବଙ୍କ ପ୍ରସାଦ ଭାବେ ସେମାନେ ଏହାକୁ ସେବନ କରନ୍ତି । କାରଣ ସେମାନେ ଶିବଙ୍କୁ ଆଶ୍ରା କରି ଘର ସଂସାର ଛାଡ଼ି ଚାଲିଆସନ୍ତି ଶ୍ମଶାନ । ଯେଉଁଠାରେ ଈଶ୍ୱରଙ୍କ ନାମ ଜପି ଘୋର ତପସ୍ୟାରେ ମଗ୍ନ ହୋଇଯାନ୍ତି ।
ଏହାପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି, ଗଞ୍ଜେଇ ନିଶା ମସ୍ତିଷ୍କକୁ ଅଧିକ ସକ୍ରିୟ କରିଥାଏ । ଯାହାଫଳରେ ସେମାନଙ୍କ ମସ୍ତିଷ୍କ ସାଧାରଣ ଲୋକର ମସ୍ତିଷ୍କଠାରୁ ଖୁବ୍ ଦ୍ରୁତ ବେଗରେ କାମ କରେ ।