fbpx

କରୋନା ଭ୍ୟାକ୍ସିନକୁ ନେଇ ଉଠିଲା ପ୍ରଶ୍ନ: ଦୁଇଟି ଯାକ ଡୋଜ୍ ନେବା ପରେ ବି ଲୋକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି, ଏହା ପଛର କାରଣ କ’ଣ ହୋଇପାରେ

Advertisement

ନୂଆଦିଲ୍ଲୀ: ଦେଶରେ କରୋନା ବହୁଦିନ ଧରି ନିଜର ଆସ୍ଥାନ ଜମାଇ ସାରିଲାଣି । ଦେଶରେ ବର୍ତ୍ତମାନ ଟିକାକରଣ ଜାରି ରହିଥିବା ବେଳେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । କିଛି ଲୋକ ଭ୍ୟାକ୍ସିନର ଦୁଇଟି ଯାକ ଡୋଜ୍ ନେବା ପରେ ବି ଗମ୍ଭୀର ଭାବେ ଆକ୍ରାନ୍ତ ହେଉଛନ୍ତି, ଏପରିକି ଅନେକ ଲୋକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । କ’ଣ ହୋଇପାରେ ଏହା ପଛର କାରଣ । ଯଦି ଟିକା ନେବା ପରେ ଲୋକମାନେ ମୃତ୍ୟୁବରଣ କରିବେ, ତେବେ ଲମ୍ବାଲାଇନରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ବ୍ୟାକୁଳତାର ସହ ଟିକା ନେବାକୁ ଲୋକେ ଚାହିଁବେ କାହିଁକି?

ବର୍ତ୍ତମାନ ଦେଶରେ ପ୍ରାୟ ୨୦ କୋଟିରୁ ଅଧିକ ଲୋକ ଟିକା ନେଇ ସାରିଲେଣି । ଅନେକ ଲୋକ ଟିକାର ଦୁଇଟି ଡୋଜ୍ ନେବା ପରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ଏନେଇ ବିଶେଷଜ୍ଞମାନେ କୁହନ୍ତି ଯେ, ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ଅନେକ ଲୋକ ଟିକା ନେବା ପରେ ନିଜର ଧ୍ୟାନ ରଖୁନାହାନ୍ତି, ଫଳରେ ସ୍ଥିତି ବିଗିଡ଼ି ଯାଉଛି । ତେଣୁ ଭାଇରସକୁ ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ୍ । ଲୋକଙ୍କର ବେପରୁଆ ମନୋଭାବ ଯୋଗୁଁ କରୋନା ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି । ସେହିପରି ଟିକା ନେବା ପରେ ଯଦି ଲୋକମାନେ ଖାମଖିଆଲି ହେବେ, ତେବେ କରୋନା କାହାକୁ ଛାଡ଼ିବନି । ଭ୍ୟାକ୍ସିର କ୍ଷମତା ୭୦ରୁ ୮୦ ପ୍ରତିଶତ, ଏହା ୧୦୦ ପ୍ରତିଶତ ନୁହେଁ । ତେଣୁ ଏହା ଭାବିବା ଭୁଲ୍ ଯେ ଭ୍ୟାକ୍ସିନ ନେବା ପରେ ଜଣେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯିବ । କୋଭିଡ୍ ବିଷୟରେ ଅଧିକ ଜ୍ଞାନ ଆହରଣ କରିବା ସହ ଅଧିକ ସଚେତନ ହେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.