fbpx

ପୁଣି ଘର ତିଆରି କରିବାକୁ ଆସିଲା ସୁବର୍ଣ୍ଣ ସୁଯୋଗ: କମିଗଲା ସିମେଣ୍ଟ-ଲୁହାରଡ଼ ଦାମ୍, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଯଦି ଆପଣ ଘର ତିଆରି କରିବାକୁ ଚିନ୍ତା କରୁଛନ୍ତି, ତେବେ ଶୀଘ୍ର ନିର୍ମାଣ କାମ ଆରମ୍ଭ କରନ୍ତୁ । କାହିଁକି ନା ଏପରି ସୁଯୋଗ ବାରମ୍ବାର ଆପଣଙ୍କୁ ମିଳିବ ନାହିଁ । ବାସ୍ତବରେ ଘର ନିର୍ମାଣ ସାମଗ୍ରୀ ଯଥା- ସିମେଣ୍ଟ ଓ ଲୁହା ରଡ ମୂଲ୍ୟ ହ୍ରାସ ପାଇଛି । କିଛି ଦିନ ପୂର୍ବରୁ ନିର୍ମାଣ ସାମଗ୍ରୀର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା, କିନ୍ତୁ ବର୍ତ୍ତମାନ ପୁଣି ସିମେଣ୍ଟ ଏବଂ ଲୁହା ରଡର ମୂଲ୍ୟ ହ୍ରାସ ପାଇଛି ।

ଭାରତୀୟ ବଜାରରେ ଶସ୍ତା ହୋଇଛି ସିମେଣ୍ଟ ଓ ରଡ୍‌ର ମୂଲ୍ୟ। ଶୁଣିବାକୁ ମିଳୁଛି ଯେ, ଆଜିର ମୂଲ୍ୟରେ ବହୁତ ହ୍ରାସ ଘଟିଛି, ଫଳରେ ଲୋକମାନେ ବହୁ ପରିମାଣରେ ରଡ୍‌, ସିମେଣ୍ଟ କିଣୁଛନ୍ତି। ଯଦି ଆପଣ ମଧ୍ୟ ରଡ୍‌ ଓ ସିମେଣ୍ଟ କିଣିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍‌ ଲାଭଦାୟକ।

ଏହି ସୂଚନା ବର୍ତ୍ତମାନ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଯେ ରଡ୍‌ର ମୂଲ୍ୟ କ୍ୱିଣ୍ଟାଲ ପିଛା ୬୪୦୦ ଟଙ୍କା ରହିଛି। ସେହିପରି ଯଦି କେହି ସିମେଣ୍ଟ କିଣିବେ, ତେବେ ସେ ବଡ଼ ଧରଣର ରିହାତି ଦେଖିବାକୁ ପାଇବେ। କୁହାଯାଉଛି ଯେ, କଂକ୍ରିଟ ସିମେଣ୍ଟର ମୂଲ୍ୟ ବସ୍ତା ପିଛା ୩୧୦ ଟଙ୍କା ରହିଛି। ଅପରପକ୍ଷେ ସର୍ବୋଚ୍ଚ ଗୁଣବତ୍ତା ବିଶିଷ୍ଟ ଜିପସମ୍ ସିମେଣ୍ଟର ବର୍ତ୍ତମାନର ମୂଲ୍ୟ ୩୫୦ ଟଙ୍କା ବୋଲି କୁହାଯାଉଛି।

Get real time updates directly on you device, subscribe now.