(Video) Reels କରିବା ପାଇଁ ଚଳନ୍ତା ଟ୍ରେନରେ ଓଲଟା ଝୁଲୁଥିଲେ ଯୁବକ, ଯାତ୍ରୀଙ୍କ ଉପରେ ଖସିପଡ଼ିଲା ଛାତ

ଓଡ଼ିଶା ଭାସ୍କର: ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ରିଲ୍ସ ବନେଇବାର ନିଶା ପ୍ରବଳ । ରିଲ୍ସ ବନାଇବା ଚକ୍କରରେ ଅନେକ ନିଜ ଜୀବନ ହାରିଦେଇଥିବାବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଆପଣମାନଙ୍କ ହୋସ୍ ଉଡ଼ାଇ ଦେବ ।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଟ୍ରେନରେ ଷ୍ଟଣ୍ଟ କରୁଥିବାବେଳେ ହଠାତ୍ ଟ୍ରେନ୍ ଛାତ ଭୁଶୁଡ଼ି ପଡ଼ଇଥିଲା ।

ଯୁବକଙ୍କ ଓଜନ ସାମନ୍ୟଠାରୁ ଅଧିକ ଥିବାବେଳେ ସେ ଟ୍ରେନ୍ ଛାତ ମଝିରେ ଝୁଲିଥିବା ହ୍ୟାଣ୍ଡେଲରେ ଗୋଡ଼ ଦେଇ ଓଲଟା ଝୁଲିବାକୁ ଚେଷ୍ଟା କରୁଥିଲେ । ଯାହାପରେ ଟ୍ରେନ୍ ଛାତ ତାଙ୍କ ଓଜନ ସମାଳି ନ ପାରି ଭାଙ୍ଗିଯାଇଥିଲା ।

ରିଲ୍ସ ପାଇଁ ଏ ପ୍ରକାର ଦୁର୍ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ଅନେକ ଘଟଣା ଘଟିଛି ଯାହା ଅନେକଙ୍କ ଜୀବନ ନେଇଥିବାବେଳେ ଅନେକଙ୍କୁ ଅସୁବିଧାରେ ମଧ୍ୟ ପାକାଇ ଦେଇଛି ।

ଟ୍ରେନରେ ଝୁଲି ଷ୍ଟଣ୍ଟ କରିବାର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେବା ସହ ୟୁଜର୍ସ ରିଲ୍ସ କରୁଥିବା ଲୋକଙ୍କୁ ସମାଲୋଚନା କରିଛନ୍ତି ।