fbpx

Relationship Tips: ନବ ବିବାହିତ ପତ୍ନୀଙ୍କୁ ଏପରି କୁହନ୍ତୁ ନାହିଁ, ସମ୍ପର୍କରେ ଦେଖା ଦେଇପାରେ ଫାଟ

Advertisement

ଓଡ଼ିଶା ଭାସ୍କର: ନବ ଦମ୍ପତ୍ତିଙ୍କ ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ବିଶେଷ ଥାଏ । ପ୍ରାରମ୍ଭିକ ସମୟରେ ସେମାନେ ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କରିଥାନ୍ତି । ଉଭୟଙ୍କ ପାଇଁ ଦୁଇଟି ପରିବାର ନୂଆ ଥାଏ ଏବଂ ସେମାନଙ୍କ ସହ ଆଡଜଷ୍ଟ କରିବା ପାଇଁ ସମୟ ଲାଗିଥାଏ । ଏମିତିରେ ପାର୍ଟନରଙ୍କ ସହଯୋଗ ନିହାତି ଆବଶ୍ୟକ । ଦାମ୍ପତ୍ୟ ଜୀବନରେ ଖଟା ମିଠା ରାଗ ରୁଷା ଓ ଛୋଟ ଛୋଟ ଭୁଲକୁ ଅଣଦେଖା କରି ଆଗକୁ ବଢ଼ିଲେ ହିଁ ସମ୍ପର୍କ ଦୃଢ଼ ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ନବ ବିବାହିତ ପୁରୁଷ ନିଜ ପତ୍ନୀଙ୍କୁ ଏପରି କଥା କହିଥାନ୍ତି ଯାହା ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ ।

୧. ପତ୍ନୀଙ୍କ ଘର ଲୋକଙ୍କ ବିଷୟରେ ଅପଶବ୍ଦ: ପ୍ରତ୍ୟେକ ଝିଅ ପାଇଁ ତା ବାପ ଘର ଲୋକମାନେ ହୃଦୟର ନିକଟତର ଥାନ୍ତି । ସେମାନେ ମାତା- ପିତା, ଭାଇ, ଭଉଣୀ କିମ୍ବା ସେମାନଙ୍କ ସମ୍ପର୍କୀର‌୍ୟଙ୍କ ବିଷୟରେ କିଛି ବି ଅପଶବ୍ଦ ଶୁଣିବା ପସନ୍ଦ କରିନଥାନ୍ତି । ଏହା ଦ୍ୱାରା ସେମାନେ ଆହତ ହୋଇଥାନ୍ତି । ତେଣୁ ନୂଆ ବିବାହିତ ପୁରୁଷଙ୍କୁ ଧ୍ୟାନ ରଖିବାର ଅଛି କି ସେମାନେ ଶ୍ୱଶୁର ଘରର ସମ୍ମାନ କଲେ ପ୍ରତିବଦଳରେ ସ୍ତ୍ରୀ ମଧ୍ୟ ଆପଣଙ୍କ ଘର ଲୋକଙ୍କ ସମ୍ମାନ କରିଥାଏ ।

୨. ଏକ୍ସ ପାର୍ଟନର ବିଷୟରେ ପଚାରିବା: ନୂଆ ବିବାହିତ ଝିଅ ଟିଏ ସବୁକିଛି ପଛରେ ଛାଡ଼ି ସ୍ୱାମୀ ସହ ନୂଆ ସଂସାର ଗଢ଼ିଥାଏ । ତେଣୁ ତାକୁ ଅତୀତ ବିଷୟରେ କିଛି ବି ପଚାରିବା ଉଚିତ ନୁହେଁ । ଅତୀତ ଆପଣଙ୍କ ନୂତନ ସମ୍ପର୍କକୁ ପ୍ରଭାବିତ କରିପାରେ । ବୈବାହିକ ଜୀବନ ଉପରେ ଫୋକସ କରନ୍ତୁ ତଥା ପତ୍ନୀର ସମ୍ମାନ କରନ୍ତୁ । ପତ୍ନୀଙ୍କୁ ଏତେ ଭଲପାଇବା ଦିଅନ୍ତୁ ଯେ ଅତୀତରେ ପୂରୁଣା ସମ୍ପର୍କ ସହ ଥିବା ତିକ୍ତତାକୁ ସେ ଭୁଲିଯାଉ ।

୩. ସାଙ୍ଗମାନଙ୍କ ବିଷୟରେ ଅପଶବ୍ଦ: ବିବାହ ପରେ ଝିଅକୁ ନିଜ ଶ୍ୱଶୁର ଘର ଉପରେ ଅଧିକ ଫୋକସ କରିଥାଏ । ଏହା ମାନେ ନୁହେଁ କି ସେ ତା ସାଙ୍ଗସାଥିଙ୍କ ସହ ସବୁ ସମ୍ପର୍କ କଟିଯାଇଛି ବା ସେମାନଙ୍କ ମହତ୍ୱ କମିଯାଇଛି । ସ୍ତ୍ରୀକୁ ସବୁବେଳେ ସାଙ୍ଗସାଥିଙ୍କ ସହ ଦେଖା କରିବା ପାଇଁ ମନା କରିବା, ସୋସିଆଲ ମିଡିଆରୁ ବ୍ଲକ୍ କରିବା କିମ୍ବା ସେମାନଙ୍କ ପାଇଁ ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

୪. ବିବାହକୁ ନେଇ ଖୁସି ନୁହେଁ: ବିବାହ ଜୀବନର ଏକ ନୂତନ ଅଧ୍ୟାୟ । ଜୀବନସାଥିକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି କିନ୍ତୁ ଆବଶ୍ୟକ ନୁହେଁ କି ପତ୍ନୀ ଆପଣଙ୍କ ଆଶା ଅନୁଯାୟୀ ହେବା । କେହି ବି ପରଫେକ୍ଟ ନୁହଁନ୍ତି । ସମସ୍ତଙ୍କୁ କିଛି ନା କିଛି ଆଡଜଷ୍ଟ କରିବାକୁ ପଡ଼ିଥାଏ । ଏଭଳି ପରିସ୍ଥିତିରେ ଅଧିକାଂଶ ପାର୍ଟନରଙ୍କୁ କହିଥାନ୍ତି ‘ଏହି ବିବାହ କରି ସେମାନେ ଭୁଲ କରିଛନ୍ତି’, କେବଳ ଘର ଲୋକଙ୍କ ପାଇଁ ବିବାହ କରିଛି ଇତ୍ୟାଦି । ତୁମକୁ ଏହି ବାସ୍ତବତା ଗ୍ରହଣ କରିବାକୁ ପଡ଼ିବ । ଏମିତି କହି ଆପଣ କେବଳ ଏଭଳି ପରିସ୍ଥିତିରୁ ନିଜକୁ ଦୂରେଇ ରଖୁନାହାଁନ୍ତି ବରଂ ଝିଅର ଜୀବନ ମଧ୍ୟ ନଷ୍ଟ କରୁଛନ୍ତି ।

Get real time updates directly on you device, subscribe now.