fbpx

Relationship Tips: ପାର୍ଟନର ରାଗିଛନ୍ତି କି ? ତାଙ୍କୁ ମନେଇବା ପାଇଁ ଏହି ଉପାୟରେ କୁହନ୍ତୁ Sorry

ଓଡ଼ିଶା ଭାସ୍କର: ଅଢ଼େଇ ଅକ୍ଷର ଶବ୍ଦ ପ୍ରେମ । ପ୍ରେମ ଏକ ଶାଶ୍ୱତ ଅନୁଭବ । ଦୁଇଟି ମନର ନିଆରା ବନ୍ଧନ । ସେହି ପ୍ରେମର ମଧୁର ସମ୍ପର୍କକୁ ଆହୁରୀ ନିବିଡ଼ କରିବା ପାଇଁ ଆସିଛି ପ୍ରେମର ଦିନ । ଭାଲେଣ୍ଟାଇନ୍ସ ଡେ’ । ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନ ବହୁତ ଖାସ୍ ହୋଇଥାଏ । ପ୍ରେମ ବିନା ଜୀବନର କିଛି ମାନେ ନାହିଁ । ପ୍ରେମରେ ରାଗ, ରୁଷା, ମାନ, ଅଭିମାନ, ରହିବା ସ୍ୱାଭାବିକ । ଆଉ ପାର୍ଟନରଙ୍କୁ ମନେଇବାରେ ଏକ ଅଲଗା ଖୁସି ଲୁଚି ରହିଛି । କିନ୍ତୁ ବେଳେ ବେଳେ ଛୋଟ ଛୋଟ କଥାରେ ପାର୍ଟନର ରାଗି ଯାଇଥାନ୍ତି । କଥାବାର୍ତ୍ତା ବି ବନ୍ଦ କରିଦିଅନ୍ତି । ଏଭଳି ପରିସ୍ଥିତିରେ କେବଳ ‘ସରି’ କହିବା ଦ୍ୱାରା ସମସ୍ୟାର ସମାଧାନ ହୋଇନଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ‘ସରି’ କହିଲେ ପାର୍ଟନର ଖୁସି ହୋଇଥାନ୍ତି ।

୧. ଚିଠି ଲେଖିବା: ସୋସିଆଲ ମିଡ଼ିଆ ଯୁଗରେ ମେସେଜ ମାଧ୍ୟମରେ ସରି କହିବା ସାଧାରଣ କଥା । ପାର୍ଟନରଙ୍କ ପାଇଁ କିଛି ବିଶେଷ କରିବାକୁ ଚାହୁଁଥିଲେ ଚିଠି ଲେଖିପାରିବେ । ଚିଠିରେ ମନର କଥା ସହଜରେ ପ୍ରକାଶ କରି ନିଜ ଭୁଲ ପାଇଁ କେତେ ଅନୁତପ୍ତ ଲେଖିପାରିବେ । ଏହା ସହ ପାର୍ଟନରଙ୍କ ପାଇଁ ସୁନ୍ଦର କବିତା ମଧ୍ୟ ଲେଖିପାରିବେ ।

୨. ଉପହାର ଦେବା: ଉପହାର କାହାକୁ ବା ପସନ୍ଦ ନୁହେଁ କହିଲେ । ପାର୍ଟନରଙ୍କୁ ସରି କହିବାର ଏକ ଉତ୍ତମ ଉପାୟ । ପାର୍ଟନରଙ୍କ ମନକୁ ଜାଣି ଉପହାର ଦେଲେ ସେ ସବୁ ରାଗ ରୁଷା ଭୁଲିଯିବେ । ମନେ ରଖିବେ ଉପହାରଟି ଭଲ ପ୍ୟାକିଂ ହୋଇଥିବା ଉଚିତ ।

୩. ସରପ୍ରାଇଜ୍ ପ୍ଲାନ୍‌: ପାର୍ଟନରଙ୍କୁ ମନେଇବା ପାଇଁ ତାଙ୍କ ପାଇଁ ସରପ୍ରାଇଜ୍ ପ୍ଲାନ୍ କରିପାରିବେ । ପାର୍ଟନରଙ୍କ ପସନ୍ଦର ଭଲ ରେଷ୍ଟୁରାଣ୍ଟ, ଟ୍ରିପ୍ ପ୍ଲାନ୍ କିମ୍ବା ପାର୍ଟି ପ୍ଲାନ୍ କରିପାରିବେ । ପାର୍ଟନରଙ୍କ ପସନ୍ଦର ନିଜେ କିଛି ରୋଷେଇ କରି ଖୁଆଇ ପାରିବେ ।

୪. ବିଶ୍ୱାସ: ପାର୍ଟନରଙ୍କୁ ‘ସରି’ କହିବା ପରେ ବାରମ୍ବାର ସେହି ଭୁଲ କରନ୍ତୁ ନାହିଁ । ଏହା ଦ୍ୱାରା ପାର୍ଟନର ଆପଣଙ୍କ ଉପରେ ବିଶ୍ୱାସ କରିବାକୁ ସଂକୋଚ କରିଥାନ୍ତି । ତେଣୁ ସରି କହିବା ସହ ଭୁଲର ପୁନରାବୃତ୍ତି ନ କରିବା ପାଇଁ ପାର୍ଟନରଙ୍କୁ ପ୍ରତିଶ୍ରୁତି ଦିଅନ୍ତୁ । ଆପଣ ଚାହିଁଲେ ନିଜ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ ।

Get real time updates directly on you device, subscribe now.