fbpx

Relationship Tips: ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପକୁ ଇଣ୍ଟ୍ରେଷ୍ଟିଂ କରିବାକୁ ଚାହୁଁଛନ୍ତି କି ? ସମ୍ପର୍କକୁ ଦୃଢ଼ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପରେ ପ୍ରେମ ଓ ବିଶ୍ୱାସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା କଷ୍ଟକର ହୋଇଥାଏ । ଏଥିରେ ପାର୍ଟନର ପରସ୍ପର ଠାରୁ ଦୂରେଇ ରହିବା ଯୋଗୁଁ ସମ୍ପର୍କରେ ଇଣ୍ଟ୍ରେଷ୍ଟ ଶେଷ ହେବାର ସମ୍ଭାବନ ବୃଦ୍ଧି ପାଇଥାଏ । ଏଭଳି ସ୍ଥିତିରେ ଅନେକ ସମୟରେ ଦୁଃଖି ରହିବା ସାଧାରଣ ଅଟେ । ଅଧିକାଂଶ କ୍ଷେତ୍ରରେ ଏଭଳି ବିରହ ବେଦନାକୁ ସହ୍ୟ ନ କରିପାରି ପାର୍ଟନର ପରସ୍ପର ସହ ବ୍ରେକଅପ୍ କରିଥାନ୍ତି । ଲଙ୍ଗ୍ ଡିଷ୍ଟାଣ୍ଟ ରିଲେସନସିପକୁ ଇଣ୍ଟ୍ରେଷ୍ଟିଂ କରିବା ପାଇଁ ନିମ୍ନଲିଖିତ ଟିପ୍ସ ଆପଣାଇପାରିବେ । ଏହା ସମ୍ପର୍କକୁ ଦୃଢ଼ କରିବାରେ ସହାୟକ ହୋଇଥାଏ ।

୧. ଭିଡିଓ କଲ୍ ଏବଂ ରେକର୍ଡେଡ୍ ମେସେଜ୍‌: ପାର୍ଟନରଙ୍କ ସହ ଭିଡିଓ କଲିଂରେ କଥାବାର୍ତ୍ତା ହେଲେ ସମ୍ପର୍କରେ ନିବିଡ଼ତା ଆସିଥାଏ । ଏହା ବ୍ୟତୀତ ଭଏସ୍ ମେସେଜ୍ କିମ୍ବା ଭିଡିଓ ପଠାଇବା ଦ୍ୱାରା ପାର୍ଟନର ଖୁସି ହୋଇଥାନ୍ତି । ଆପଣ ତାଙ୍କ ପାଖରେ ଥିବା ସେମାନେ ଅନୁଭବ କରିଥାନ୍ତି ।

୨. ପ୍ରେମ ପତ୍ର ପଠାଇବା: ଆଜିକାଲିର ଡିଜିଟାଲ ଯୁଗରେ ହାତ ଲେଖା ଚିଠି ପଠାଇ ପାର୍ଟନରଙ୍କୁ ସ୍ପେଶାଲ ଅନୁଭବ କରାଇପାରିବେ । ଏହା ବାଦ୍ ହାତ ତିଆରି ଗ୍ରିଟିଙ୍ଗ୍‌ସ, ପେଣ୍ଟିଂ, ଉଲରେ ତିଆରି ସ୍କାର୍ଫ, ସ୍ୱେଟର କିମ୍ବା ଅନ୍ୟ କଳାକୃତି ମାଧ୍ୟମରେ ନିଜ ଭଲପାଇବା ବ୍ୟକ୍ତ କରିପାରିବେ ।

୩. ଭର୍ଚୁଆଲ ଡେଟ୍ ନାଇଟ୍‌: ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପରେ ପାର୍ଟନରଙ୍କ ସହ ସବୁବେଳେ ଦେଖା କରିବା ସମ୍ଭବପର ହୋଇନଥାଏ । ତେଣୁ ବେଳେ ବେଳେ ସମ୍ପର୍କରେ ରୋମାନ୍ସର ତଡ଼କା ଦେବା ପାଇଁ ଡେଟ୍ ନାଇଟ୍ ପ୍ଲାନ୍ କରିପାରିବେ । ଏହା ଦ୍ୱାରା ଆପଣ ପରସ୍ପର ବିଷୟରେ ଅଧିକ ଜାଣି ପାରିବେ । ସମ୍ପର୍କରେ ବୋରିଂ ଅନୁଭବ ହୋଇନଥାଏ ।

୪. ପାର୍ଟନରଙ୍କୁ ବିଶ୍ୱାସ କରନ୍ତୁ: ବିଶ୍ୱାସ ଆଧାରରେ ଲଙ୍ଗ ଡିଷ୍ଟାନ୍ସ ରିଲେସନସିପ ଦୀର୍ଘ ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିଥାଏ । ପରସ୍ପରକୁ କିଛି ବି କଥା ଲୁଚାନ୍ତୁ ନାହିଁ । ପାର୍ଟନରଙ୍କୁ ନେଇ ମନରେ ଟିକିଏ ଦ୍ୱନ୍ଦ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ । ତେଣୁ ପାର୍ଟନରଙ୍କୁ ନେଇ ମନରେ ଦ୍ୱନ୍ଦ ଥିଲେ ତୁରନ୍ତ ଆପୋସ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରନ୍ତୁ । ଏହା ବ୍ୟତୀତ ପାର୍ଟନରଙ୍କ ପର୍ସନାଲ ସ୍ପେସର ସମ୍ମାନ କରନ୍ତୁ ।

୫. ସରପ୍ରାଇଜ୍ ଭିଜିଟ୍‌: ସରପ୍ରାଇଜ୍ କାହାକୁ ପସନ୍ଦ ନୁହେଁ କହିଲେ । ପାର୍ଟନରଙ୍କୁ ସରପ୍ରାଇଜ୍ ଭିଜିଟ୍ କରି ସେମାନଙ୍କ ସହ କ୍ୟୁାଲିଟି ଟାଇମ୍ ବିତାଇପାରିବେ । ଦୁହେଁ ମିଶି ନୂତନ ସ୍ମୃତି ତିଆରି କରନ୍ତୁ ଯାହା ସମ୍ପର୍କକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.