ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବର୍ତ୍ତମାନ ଆକାଶ ଛୁଆଁ । ଋଷ-ୟୁକ୍ରେନ୍ ଯୁଦ୍ଧ କାରଣରୁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିବା କାରଣରୁ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । କ୍ରମାଗତ ଷଷ୍ଠ ଦିନ ପାଇଁ ଭାରତରେ ତେଲ ଦର ସ୍ଥିର ରହିଛି । ୨୨ ମାର୍ଚ୍ଚ ପରଠାରୁ ଭାରତରେ ପେଟ୍ରୋଲର ମୂଲ୍ୟରେ ପ୍ରାୟ ୧୦ ଟଙ୍କାର ଅଭିବୃଦ୍ଧି ଘଟି ସାରିଲାଣି । ମହାରାଷ୍ଟ୍ରର ପରଭଣିରେ ପେଟ୍ରୋଲ ମୂଲ୍ୟ ସର୍ବାଧିକ ୧୨୩.୪୬ ପଇସା ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଡିଜେଲର ମୂଲ୍ୟ ୧୦୭.୬୧ ଟଙ୍କା ରହିଛି ।
ଶ୍ରୀ ଗଙ୍ଗାନଗର ଠାରେ ପେଟ୍ରୋଲର ମୂଲ୍ୟ ୧୨୨.୯୩ ଟଙ୍କା ରହିଥିବା ବେଳେ ଡିଜେଲର ମୂଲ୍ୟ ୧୦୫.୩୪ ଟଙ୍କା ରହିଛି । ଭୋପାଳରେ ପେଟ୍ରୋଲର ମୂଲ୍ୟ ୧୧୮.୧୪ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୧୦୧.୧୬ ଟଙ୍କା ରହିଛି । ପାଟଣାରେ ଏହି ମୂଲ୍ୟ ଯଥାକ୍ରମେ ୧୧୬.୨୩ ଓ ୧୦୧.୦୬ ଟଙ୍କା ରହିଛି ।
ତେବେ କୌଣସି ରାଜ୍ୟରେ ନୁହେଁ ବରଂ କେନ୍ଦ୍ର ଶାସିତ ଅଞ୍ଚଳ ପୋର୍ଟବ୍ଲେୟାରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସର୍ବନିମ୍ନ ସ୍ତରରେ ରହିଛି । ପୋର୍ଟବ୍ଲେୟାରରେ ପେଟ୍ରୋଲର ମୂଲ୍ୟ ୯୧.୪୫ ଟଙ୍କା ରହିଥିବା ବେଳେ ଡିଜେଲର ମୂଲ୍ୟ ୮୫.୮୩ ଟଙ୍କା ରହିଛି ।