fbpx

ଚାଣକ୍ୟଙ୍କର ଏହି ୪ଟି କଥା ମନେରଖନ୍ତୁ, ଜୀବନରେ କେବେ ରହିବନି ଅର୍ଥ ସମସ୍ୟା

ଓଡ଼ିଶା ଭାସ୍କର: ଯଦି ଆପଣ ଜୀବନରେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ତେବେ ଏହା ସବୁଠାରୁ ଆପଣଙ୍କ ପାଇଁ ଲାଭଦାୟକ । ଚାଣକ୍ୟ ନୀତି ଅନୁସାରେ, ଏଭଳି ଅନେକ କରାଣ ରହିଛି ଯାହା ଯେକୌଣସି ବ୍ୟକ୍ତିକୁ ଗରିବ ଆଡକୁ ଟାଣି ନିଏ, କିନ୍ତୁ ଏହା ଅସୁବିଧାରୁ ମଧ୍ୟ ଖୁବଶିଘ୍ର ବଞ୍ଚାଇପାରେ । ଏଥିପାଇଁ ଆପଣଙ୍କୁ କିଛି ନିୟମର ପାଳନ କରିବାକୁ ପଡିବ । ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

ନିରନ୍ତର ଶିଖିବାର ପ୍ରୟାସ: ସମସ୍ତ ବ୍ୟକ୍ତିମାନଙ୍କୁ ଆଜୀବନ ଶିଖିବାର ମାନସିକତା ଆପଣାଇବା ଆବଶ୍ୟକ । ଜ୍ଞାନକୁ ସର୍ବଦା ଖୋଜନ୍ତୁ, ନୂଆ ବିଚାର ସହ ଖୋଜନ୍ତୁ ଏବଂ ପରିବର୍ତ୍ତନ ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଆନ୍ତୁ । ନିରନ୍ତର ଶିଖିବା ଆପଣଙ୍କୁ ଆଗକୁ ରାସ୍ତା ଦେଖାଇଥାଏ ।

ଗୋପନୀୟତା ରଖନ୍ତୁ: ଗୋପନୀୟତା ଏବଂ ବିବେକର ମହତ୍ତ୍ୱକୁ ବୁଝନ୍ତୁ । ସମ୍ବେଦନଶୀଳ ସୂଚନାକୁ ଅନାବସ୍ୟକ ଭାବେ ପ୍ରଚାର କରିବାଠାରୁ ଦୂରେଇ ରୁହନ୍ତୁ । କାରଣ ଏହାର ଉପଯୋଗ ଆପଣଙ୍କୁ ବିରୋଧ କରାଇପାରେ, ଏବଂ ଆପଣଙ୍କ ହିତକୁ କ୍ଷତି ପହଞ୍ଚାଇଥାଏ ।

ନିଜ ଭାବନା ଉପରେ ନିୟନ୍ତ୍ରଣ: ଜୀବନରେ ସଫଳତା ପାଇଁ ଅନୁଶାସନ ଏବଂ ନିଜ ଆବେଗ ଏବଂ ଭାବନା ଉପରେ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଅସ୍ଥାୟୀ ଭାବନା ଏବଂ ଇଚ୍ଛା ସହ ପ୍ରଭାବିତ ହେବା କାରଣରୁ ତର୍କସଙ୍ଗତ ନିଷ୍ପତ୍ତି ନେବା ପାଇଁ ଆତ୍ମ-ନିୟନ୍ତ୍ରଣର ଅଭ୍ୟାସ କରନ୍ତୁ । ଏଥିରେ ଆପଣଙ୍କ ଜୀବନରେ ସଫଳତା ନିଶ୍ଚୟ ମିଳିବ ।

ଏଭଳି ଲୋକଙ୍କଠାରୁ ସାବଧାନ ରୁହନ୍ତୁ: ଯଦି କିଏ ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆପଣଙ୍କ ସହ ସାଙ୍ଗ ହୋଇଛି ତେବେ ଏଭଳି ଲୋକଙ୍କଠାରୁ ସାବଧାନ ରହିବା ଆବଶ୍ୟକ । ଏଭଳି ଲୋକେ କେବଳ ନିଜ ଫାଇଦା ପାଇଁ ଆପଣଙ୍କ ସହ ସାଙ୍ଗ ହେଉଛି ଏବଂ ସୁଯୋଗ ପାଇଲେ ସେ ଧୋକା ଦେଇ ବାହାରିଯାଇଥାଏ । ଯେଉଁଥିରେ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

Get real time updates directly on you device, subscribe now.