ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି । ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ ସୁବିଧା ।
ଏସସି/ଏସଟି ପାଇଁ ଯାହା ସଂରକ୍ଷଣ ଥିଲା ବଳବତ୍ତର ରହିବ । +୨ ଏବଂ +୩ ସ୍ତରରେ ଲାଗୁ ହେବ । ଏସସି -16.25 %, ଏସଟି-22.5% ସଂରକ୍ଷଣ ଲାଗୁ।
୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା । ସ୍ନାତକ, ସ୍ନାତକୋତ୍ତର କ୍ଷେତ୍ରରେ ଲାଗୁ ହେବ । ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ନିଷ୍ଫତ୍ତି ।
ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ଓଡ଼ିଆ ଭାଷା ସାହିତ୍ୟ,ବିପିଇଡି, ଏମପିଇଡି ପାଇଁ ଲାଗୁ ହେବ ।
ଆର୍ଥିକ ଓ ସାମାଜିକ ଦୃଷ୍ଟରୁ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ ସୁବିଧା । ଉଚ୍ଚଶିକ୍ଷାରେ ନୂଆ ସଂରକ୍ଷଣ ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।