ଓଡିଶା ଭାସ୍କର- ମାସଙ୍କ ମଧ୍ୟରେ ମାର୍ଗସିର ଶ୍ରେଷ୍ଠ । ଏହି ମାସରେ ମହାଲକ୍ଷ୍ମୀଙ୍କ ମାଣବସା ଗୁରୁବାର ହୋଇଥାଏ । ପୂରା ମାସକୁ ପବିତ୍ର ମାନନ୍ତି ହିନ୍ଦୁ ଧର୍ମର ବ୍ୟକ୍ତି । ବିଶେଷକରି ଓଡିଶାରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ଥିବାରୁ ଘରେ ଘରେ ମହାଲକ୍ଷ୍ମୀଙ୍କ ପୂଜା, ଆରାଧନା କରାଯାଏ । ଝୋଟି, ଚିତାରେ ଘର ଆଧ୍ୟାତ୍ମିକ ଚେତନାରେ ଭରିଯାଏ । ତେବେ ଏହି ମାଣବସା ଗୁରୁବାର ବା ମାର୍ଗସିର ଗୁରୁବାରରେ ଏମିତି କିଛି ଅଛି, ଯାହା ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ବାରଣ ।
ଏସବୁ କାମ କଲେ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଘରର ଲୋକ ଲକ୍ଷ୍ମୀଛଡା ହୋଇଯାଆନ୍ତି ବୋଲି କୁହାଯାଇଛି । ତେବେ ମହିଳାଙ୍କ ପାଇଁ କଣ ସେହି ସବୁ କାମ ଆସନ୍ତୁ ଜାଣିବା ଓ ମହାଲକ୍ଷ୍ମୀଙ୍କ କୋପରୁ ବଞ୍ଚିବାକୁ ଚେଷ୍ଟା କରିବା । ମାର୍ଗସିର ଗୁରୁବାର ପୂର୍ବରୁ, ଅର୍ଥାତ୍ ବୁଧବାର ଘରକୁ ଗୋବର ପାଣିରେ ଲିପିବା ଜରୁରୀ । ଏଥିସହ ବୁଧବାର ରାତିରୁ ବା ଗୁରୁବାର ବଡି ଭୋରୁ ଉଠି, ସ୍ନାନ, ଶୌଚ ଆଦି କରି ମହାଲକ୍ଷ୍ମୀଙ୍କ ଆସ୍ଥାନ ବସାଇବା ଉଚିତ । ଯେଉଁ ଘରେ ମହିଳା ଗୁରୁବାର ବିଳମ୍ବ ପର୍ଯ୍ୟନ୍ତ ଶୋଇଥାନ୍ତି, ସେହି ଘରୁ ଲକ୍ଷ୍ମୀ ଛାଡିଯାଆନ୍ତି ।
ଏହା ବ୍ୟତୀତ ଗୁରୁବାର ମାଣ ବସୁ ବା ନ ବସୁ, ମହିଳା ଦେହରେ ବା ମୁଣ୍ଡରେ ତେଲ ଲଗାଇବାକୁ ବାରଣ କରାଯାଇଛି । ସେହିପରି ଗୁରୁବାରରେ ମହିଳା ମୁଣ୍ଡଧୋଇବା ମଧ୍ୟ ନିଷେଦ୍ଧ । ସେଥିପାଇଁ ବୁଧବାର ଦିନ ମୁଣ୍ଡ ଧୋଇବାକୁ କୁହାଯାଇଛି । ଗୁରୁବାର ଦିନ ଘରେ ଶାନ୍ତି, ଶୃଙ୍ଗଳା ରକ୍ଷା କରିବାକୁ କୁହାଯାଇଛି । ଯେଉଁ ଘରେ ମହିଳାମାନେ ପିଲାଙ୍କୁ ମାଡ ମାରନ୍ତି, ଗାଳିମନ୍ଦ କରନ୍ତି, ସେଠି ଘରୁ ଲକ୍ଷ୍ମୀ ରୁଷ୍ଟ ହୋଇ ଚାଲିଯାଆନ୍ତି ବୋଲି କୁହାଯାଇଛି
ଗୁରୁବାର ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ ନ କରି ସେମାନଙ୍କ ସହ ଝଗଡା କରିବାକୁ ମଧ୍ୟ ବାରଣ କରିଛି ଆମ ପୁରାଣ ଶାସ୍ତ୍ର । ଗୁରୁବାର, ମହିଳା ମୁଣ୍ଡର ଚୁଟି ଖୋଲାକରିବାକୁ ମଧ୍ୟ ନିଷିଦ୍ଧ କରାଯାଇଛି । ରାତିରେ ଅନ୍ନ ଜାତୀୟ ଖାଦ୍ୟ ଗ୍ରହଣକୁ ମଧ୍ୟ ବାରଣ କରାଯାଇଛି ।