fbpx

‘ଋଷଭ ଆଉ ମୋ ଭିତରେ…’, ଗୁଜବ ଏବଂ ମିମ୍ସକୁ ନେଇ ଏପରି କହିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ଼ର ହଟ୍ ଆଣ୍ଡ୍ ଗ୍ଲାମରସ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା । ନିଜ ଫିଲ୍ମ ଠାରୁ ଅଧିକ ପର୍ସନାଲ ଲାଇଫକୁ ନେଇ ସବୁବେଳେ ଲାଇମଲାଇଟରେ ରହିଆସିଛନ୍ତି । ନିକଟରେ ବିଶିଷ୍ଟ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ସହ ତାଙ୍କ ଡେଟିଂକୁ ନେଇ ଚର୍ଚ୍ଚା । ଉବର୍ଶୀ ଏବଂ ଋଷଭଙ୍କ ରିଲେସନସିପକୁ ନେଇ ସୋସିଆଲ ମିଡିଆରେ ମିମ୍ସ ହେଉଛି ।

ଏକ ସାକ୍ଷାତକାରରେ ଉର୍ବଶୀ ଋଷଭଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚାଲିଥିବା ଗୁଜବ ଓ ମିମ୍ସକୁ ଭିତ୍ତିହୀନ ଦର୍ଶାଇଛନ୍ତି । ସେ କହିଛନ୍ତି, ‘ବର୍ତ୍ତମାନ ମୋର ଫୋକସ୍ କ୍ୟାରିୟର ଏବଂ ସେହି କାମ ଉପରେ ଯାହାକୁ ନେଇ ମୁଁ ଇମୋସନାଲ । ମୋ ପର୍ସନାଲ ଲାଇଫକୁ ସୋସିଆଲ ମିଡିଆ ଠାରୁ ଦୂରେଇ ରଖିବାକୁ ଚାହୁଁଛି । ଆର ପି (ଋଷଭ ପନ୍ତ) ସହ ମୋ ନାଁ ଯୋଡ଼ି କରାଯାଉଥିବା ମିମ୍ସ ଓ ଗୁଜବ ଭିତ୍ତିହୀନ ।’ ସେ ଆହୁରି ମଧ୍ୟ କହିଛନ୍ତି କି ଏଭଳି ମାମଲାରେ ପାରଦର୍ଶିତା ଏବଂ ସତ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ । ଏହି ସବୁ କଥା ତାଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ତେଣୁ ସେ ସର୍ପୋଟିଭ ଏବଂ ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ଗହଣରେ ରହିବା ପସନ୍ଦ କରନ୍ତି । ଏଭଳି ଫାଲତୁ ଗୁଜବ କାରଣରୁ ତାଙ୍କୁ ଜୀବନରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି । କ୍ୟାରିୟର ଗ୍ରେଥ୍ ପାଇଁ ସେ କେବଳ କାମ ଉପରେ ଫୋକସ୍ କରିଥାନ୍ତି ।

Get real time updates directly on you device, subscribe now.