fbpx

ବଲିଉଡରେ ପ୍ରଥମ: ଚିଣ୍ଟୁଜୀଙ୍କ ଶେଷ ଫିଲ୍ମରେ ଗୋଟିଏ ଭୂମିକାରେ ନଜର ଆସିଲେ ପରେଶ ରାୱଲ

ନୂଆଦିଲ୍ଲୀ: ପରଦାକୁ ଆସିବାକୁ ଯାଉଛି ରିଷି କପୁରଙ୍କ ଅଭିନୀତ ଶେଷ ଫିଲ୍ମ ଶର୍ମାଜୀ ନମକିନ୍ । ଦିବଙ୍ଗତ ବଲିଉଡ୍ ଅଭିନେତା ରିଷି କପୁର ଏହି ଫିଲ୍ମର ଶୁଟିଂ ଅଧା କରିଥିବା ବେଳେ କ୍ୟାନ୍ସର ଲଢେଇରେ ପ୍ରାଣ ହରାଇଥିଲେ । ଫିଲ୍ମ ପୁରା ହେବାରୁ ରିଷି କପୁରଙ୍କ ଦେହାନ୍ତ ହେବାରୁ ଏହି ଫିଲ୍ମ ପୁରା ହେବା ନେଇ ଆଶଙ୍କା ଉପୁଜିଥିଲା । ତେବେ ପରେ ପରେଶ ରାୱଲଙ୍କୁ ନେଇ ଏହି ଫିଲ୍ମର ଶୁଟିଂ ସମ୍ପୂର୍ଣ୍ଣ ହୋଇଛି । ହିତେଶ ଭାଟିଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଥମ ଥର ପାଇଁ ବଲିଉଡ ଇତିହାସରେ ଗୋଟିଏ ଭୂମିକାରେ ଦୁଇ ଦୁଇ ଜଣ ଅଭିନେତା ନଜର ଆସିଛନ୍ତି । ଯଦି ଫିଲ୍ମ ଅଧାରେ କୌଣସି ଅଭିନେତାଙ୍କ ପରଲୋକ ହୋଇଯାଏ ତାହେଲେ ବାକି ଭୂମିକା ପାଇଁ ଭିଏଫଏକ୍ସର ସହାୟତା ନିଆଯାଇଥାଏ । ତେବେ ଏହି ଫିଲ୍ମରେ ଭିଏଫଏକ୍ସ ବଦଳରେ ଆଉ ଜଣେ ଅଭିନେତାଙ୍କୁ ନେଇ ବଳକା ଫିଲ୍ମକୁ ପୁରା କରାଯାଇଛି ।

ପୂର୍ବରୁ ହଲିଉଡରେ ମଧ୍ୟ ଏମିତି ହୋଇ ସାରିଛି । ଫାଷ୍ଟ ଆଣ୍ଡ ଫ୍ୟୁରିୟସ ଅଭିନେତା ପଲ୍ ୱାକରଙ୍କ ପରଲୋକ ଘଟିଥିବା ବେଳେ ଭିଏଫଏକ୍ସ ଜରିଆରେ ଏହି ଫିଲ୍ମକୁ ସମ୍ପୂର୍ଣ୍ଣ କରାଯାଇଥିଲା । ଏହି ଫିଲ୍ମରେ ରିଷି କପୁର ଜଣେ ଅବସରପ୍ରାପ୍ତ ଅଫିସର ଭୂମିକାରେ ନଜର ଆସିଛନ୍ତି । ଏକୁଟିଆ ପଣ ଦୂର କରିବା ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହିତ ଜଣେ ସେଫ୍ ହୋଇ ଯାଆନ୍ତି ରିଷି କପୁର । ଏହାପରେ ମହିଳାଙ୍କ କିଟ୍ଟି ପାର୍ଟି ଗ୍ରୁପରେ ଯୋଗ ଦିଅନ୍ତି ଶର୍ମାଜୀ । ଏହା ମଧ୍ୟରେ ସେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ଆସନ୍ତା ମାର୍ଚ୍ଚ ୩୧ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହେବାକୁ ଯାଉଛି ।

Get real time updates directly on you device, subscribe now.