fbpx

ପିପିଇ କିଟ୍ ପିନ୍ଧି ସୁନା ଦୋକାନରେ କଳାକନା ବୁଲାଇଲେ ଚୋର

କରୋନାରୁ ରକ୍ଷାକରୁ ଥିବା ପିପିଇ କିଟକୁ ଏବେ ଚୋର ବି ବ୍ୟବହାର କଲେଣି । କିନ୍ତୁ ଏହାର ଉଦ୍ଦେଶ୍ୟ କରୋନାଠାରୁ ରକ୍ଷା ପାଇବା ନୁହେଁ, ବରଂ ପୋଲିସଠାରୁ ବଞ୍ଚିବା ପାଇଁ ବୋଲି ଜଣାପଡିଛି । ମହାରାଷ୍ଟ୍ରର ସତରା ଜିଲ୍ଲାରେ ଏପରି ଏକ ମାମଲା ସାମନାକୁ ଆସିଛି । ସେଠାରେ ଚୋରମାନେ ପିପିଇ କିଟ୍ ପିନ୍ଧି ଗୋଟିଏ ସୁନା ଦୋକକୁ ଭାଙ୍ଗିବା ସହ ସେଠାରୁ ୭୮୦ ଗ୍ରାମର ସୁନା ଚୋରି କରିନେଇଛନ୍ତି ।

ପୋଲିସର କହିବା ମୁତାବକ, ପଲଟନ ଅଞ୍ଚଳରେ ଥିବା ଗୋଟିଏ ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ ପରେ ଘଟଣାର ଖୁଲାସା ହୋଇଛି । କିଭଳି ଭାବେ ଚୋରମାନେ ଆଲମାରୀ ଓ ଶୋକେସ ଭାଙ୍ଗି ଟଙ୍କା ନେଇଥିଲେ ତାହା ସିସିଟିଭିରେ ଦେଖିବାକୁ ମିଳିଛି । ତେବେ ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.