fbpx

ଟ୍ରେନରେ ଫାୟରିଙ୍ଗ କଲେ ଡକାୟତ, ଅଧଘଣ୍ଟା ଭୟରେ ରହିଲେ ଯାତ୍ରୀ

ଝାରଖଣ୍ଡ : ଆପଣମାନେ ଆଗରୁ ଜେଜେ ଜେଜେ ମାଙ୍କ କାହାଣୀରେ ଶୁଣିଥିବେ ଆଗରୁ ଟ୍ରେନରେ ଅଧିକ ଲୁଟ ହେଉଥିଲା । କିନ୍ତୁ ଏବେ ଏହି ଘଟଣା ସତ ହୋଇଛି । ଦେଖିବାକୁ ଗଲେ ଏହି ପରି ଘଟାଣା ଅନେକ ଥର ସାମ୍ନାକୁ ଆସିବାରେ ଲାଗିଛି । ଏହା ପରେ ରେଲୱେ ଟ୍ରେନରେ ପୋଲିସକୁ ମଧ୍ୟ ନିୟୋଜିତ କରିଛି । ତେବେ ଝାରଖଣ୍ଡର ଏକ ଟ୍ରେନରେ ଏହି ପରି ଘଟଣା ଦେଖିବାକୁ ମିଳିଛି । ଓଡିଶାର ସମ୍ବଲପୁରରୁ ଓଡିଶାର ଜାମ୍ବୁତବି ପର୍ଯ୍ୟନ୍ତ ଯାଉଥିବା ଏକ ଟ୍ରେନ ଝାରଖଣ୍ଡରେ ଥିଲା । ଏହା ପରେ ଲାତୋହର ଷ୍ଟେସନରୁ ଗାଡି ଛାଡିଲା ।

ସେତେବେଳେ ହଠାତ ସ୍ଲୀପର କୋଚରେ କିଛି ଲୋକ ଆସି ଲୁଟ କରିବା ଆରମ୍ଭ କଲେ । ମହିଳାମାନଙ୍କ ସାଙ୍ଗରେ ଖରାପ ବ୍ୟବହାର କରିବା ସହିତ ସେମାନଙ୍କ ଅଳଙ୍କାର ଲୁଟ କରିଲେ । ଏହା ଛଡା ଅନେକ ଯାତ୍ରୀମାନଙ୍କ ସହିତ ମାରପିଟ ମଧ୍ୟ ହୋଇଥିଲା । ଏହା ପରେ ଯାତ୍ରୀମାନଙ୍କୁ ଡରାଇବା ପାଇଁ ଡକାୟତମାନେ ଅନେକ ରାଉଣ୍ଡ ଫାୟରିଙ୍ଗ ମଧ୍ୟ କରିଥିଲେ । ସୂଚନା ଅନୁସାରେ ଯେତେବେଳେ ଟ୍ରେନଟି ଷ୍ଟେସନରୁ ଛାଡି ଥିଲା ସେତେବେଳ ଡକାୟତମାନେ ଏସ ୯ ବଗିରେ ଚଢିଥିଲେ । ଏହା ପରେ ସେମାନେ ଡରାଇ ଧମକାଇ ଲୋକମାନଙ୍କ ଠାରୁ ଲୁଟ କରିବା ଆରମ୍ଭ କରିଥିଲେ । ସେମାନେ ପାଖା ପାଖି ଅଧଘଣ୍ଟା ପର୍ଯ୍ୟନ୍ତ ବଗିରେ ଆତଙ୍କ ସୃଷ୍ଟି କରିଥିଲେ । ଏହା ପରେ ସେମାନେ ଏକ ସୁନସାନ ସ୍ଥାନରେ ଟ୍ରେନ ଚେନ ଟାଣିଥିଲେ ଏହା ପରେ ଟ୍ରେନରୁ ଓହ୍ଲାଇ ଯାଇଥିଲେ ।

ସୂଚନା ଅନୁସାରେ ଯେତେବେଳେ ଡକାୟତମାନେ ଟ୍ରେନରେ ଉତପାତ କରୁଥିଲେ ସେତେବେଳେ ଅନ୍ୟ ବଗିରେ ପୋଲିସ ମଧ୍ୟଥିଲେ । କିନ୍ତୁ ସେମାନଙ୍କୁ ଏହି ଘଟଣା ବିଷୟରେ କିଛି ଜଣା ନଥିଲା । ଟ୍ରେନ ଯେତେବେଳେ ଆଉ ଏକ ଷ୍ଟେସନରେ ପହଞ୍ଚଲା ସେତେବେଳେ ଯାତ୍ରୀମାନେ ହଙ୍ଗାମା କରିଥିଲେ । ଏହା ପରେ ପୋଲିସ ଘଟଣା ବିଷୟରେ ଯାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ଏହା ପରେ ଯେଉଁମାନେ ଆହତ ହୋଇଥିଲେ ସେଠାରେ ସେମାନଙ୍କ ଚିକିତ୍ସା କରାଗଲା ।

Get real time updates directly on you device, subscribe now.