ରାଉରକେଲାରେ ଲଗାଣ ବର୍ଷା: ଫୁଲୁଛି ବ୍ରାହ୍ମଣୀ, 25 ପରିବାର ଜଳବନ୍ଦୀ

ଇସ୍ପାତ ନଗରୀ ରାଉରକେଲାରେ ପବଳ ବର୍ଷା ଯୋଗୁଁ ଘରେ ପଶିଲା ପାଣି । ଏପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରହ୍ମଣୀ ନଦୀ ।

ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ପବଳ ବର୍ଷା ଯୋଗୁଁ ଘରେ ପଶିଲା ପାଣି । ଏପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରହ୍ମଣୀ ନଦୀ । ଫଳରେ ବାଲୁଘାଟ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ପାଣି ଘରେ ପଶିଛି । ଲଗାଣ ବର୍ଷା ଯୋଗୁଁ ପାଣି ଘେରରେ ପ୍ରାୟ 25 ପରିବାର ଫସି ଥିବା ଜଣାପଡ଼ିଛି । ଘରେ ପାଣି ପଶିବାରୁ ସ୍କୁଲ ଘରେ ଆଶ୍ରୟ ନେଉଛନ୍ତି ଲୋକେ ।

ସେପଟେ ଲଗାଣ ବର୍ଷା ଯୋଗୁଁ ପାନପୋଷ, ବାଲୁଘାଟ, ସର୍ଦ୍ଦାର ବସ୍ତିରେ ପଶିଲା ପାଣି । ଜଳ ନିଷ୍କାସନ ପାଇଁ ଆରଏମସିର ଉଦ୍ୟମ ।ସହରର ବିଭିନ୍ନ ପ୍ରମୁଖ ରାସ୍ତା ଜଳାର୍ଣ୍ଣବ ହୋଇଯାଇଛି। ତଳି ଅଞ୍ଚଳରେ ପାଣି ପଶିଛି। ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଅପରପକ୍ଷେ, ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ‌ଯୋଗୁ ବ୍ରାହ୍ମଣୀ ଫୁଲୁଛି ।