ଓଡ଼ିଶା ଭାସ୍କର: ଆଇପିଏଲ୍କୁ ଫେରିଛନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ କେଦାର ଯାଦବ । ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ତାଙ୍କୁ ଡେଭିଡ ୱିଲିଙ୍କ ବଦଳରେ ଦଳରେ ସାମିଲ କରିଛି । ଚଳିତ ବର୍ଷ ଆଇପିଏଲ୍ ମିନି ଅକସନ୍ ପୁର୍ବରୁ କେଦାର ଯାଦବଙ୍କୁ କୋଣସି ଦଳ କିଣିବାକୁ ଆଗ୍ରହ ଦେଖାଇ ନଥିଲେ । ଏବେ ସେ ବଦଳ ଖେଳାଳିଭାବେ ଆଇପିଏଲ୍ରେ ଏଣ୍ଟ୍ରି ମାରିଛନ୍ତି ।
ଇଂଲଣ୍ଡର ଅଲରାଉଣ୍ଡର ୱିଲି ଚଳିତ ସିଜନରେ ଆରସିବି ପାଇଁ ଚାରିଟି ମ୍ୟାଚ୍ ଖେଳି ତିନୋଟି ୱିକେଟ୍ ପାଇଥିଲେ, ୨୦୧୦ ରେ ଆଇପିଏଲ୍ ଡେବ୍ୟୁ କରିଥିବା ଯାଦବ ଏପର୍ଯ୍ୟନ୍ତ ୯୩ ଟି ଆଇପିଏଲ୍ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି ଏବଂ ୧୧୯୬ ରନ୍ ସ୍କୋର କରିଛନ୍ତି । ପୂର୍ବରୁ ସେ ଆରସିବି ପାଇଁ ୧୭ ଟି ମ୍ୟାଚ ପ୍ରତିନିଧିତ୍ୱ କରିଥିବା ବେଳେ ଏବେ ସେ ୧ କୋଟି ଟଙ୍କାର ମୂଲ୍ୟରେ ସାମିଲ ହୋଇଛନ୍ତି ।
🚨 NEWS 🚨@RCBTweets name Kedar Jadhav as replacement for David Willey.
Details 🔽 #TATAIPLhttps://t.co/HBEgEB2X11
— IndianPremierLeague (@IPL) May 1, 2023
ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରର ଚଳିତ ବର୍ଷର ପ୍ରଦର୍ଶନ କଥା ଦେଖିଲେ ଦଳ ଏପର୍ଯ୍ୟନ୍ତ ୮ ମ୍ୟାଚ୍ ଖେଳି ୪ଟିରେ ବିଜୟର ସ୍ୱାଦ ଚାଖିଥିବା ବେଳେ ବାକି ୪ଟିରେ ପରାଜୟ ବରଣ କରିଛି । ଏହା ସହିତ ଦଳ ୮ ପଏଣ୍ଟ ସହିତ ଷଷ୍ଠ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ରେ ଦଳ ଯଦି ଲକ୍ଷ୍ନୌକୁ ହରାଇପାରେ ତେବେ ପଞ୍ଚମ ସ୍ଥାନକୁ ଉଠିବ । ଚଳିତ ସିଜିନ୍ରେ ନିୟମିତ ଅଧିନାୟକ ଫାପ୍ ଡ୍ୟୁପ୍ଲେସି ଆହତ ହେବା ପରେ ବିରାଟ କୋହଲି ଅଧିନାୟକ ପଦ ସମ୍ଭାଳୁଛନ୍ତି ।