fbpx

OTT ପ୍ଲାଟଫର୍ମରେ ରିଲିଜ୍ ହେବ RRR, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଆର.ରାଜମୌଲୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ଆରଆରଆର ବକ୍ସ ଅଫିସରେ ଧୂମ୍ ମଚାଇବାରେ ଲାଗିଛି । ତେବେ ଆରଆରଆରକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଅଭିନୀତ ଏହି ଫିଲ୍ମଟି ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ଅଫିସିଆଲ ଭାବେ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।

ତେବେ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଆସନ୍ତା ମେ ମାସ ୨୫ ତାରିଖରୁ ଜୁନ ମାସ ମଧ୍ୟରେ ଫିଲ୍ମଟିର ଡିଜିଟାଲ ସ୍ପ୍ରିନିଂ କରାଯାଇପାରେ । ଜୁନ ମାସ ୩ ତାରିଖରେ ଫିଲ୍ମକୁ ଅନଲାଇନରେ ରିଲିଜ କରିବାର ସମ୍ଭାବନା ରହିଛି । ତେବେ ଅଫିସିଆଲ ଘୋଷଣାନାମାର ଅପଡେଟ୍ ପାଇବାକୁ ହେଲେ ସିନେପ୍ରେମୀଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ୨୪ ତାରିଖରେ ଆରଆରଆର ସିନେମାଘରେ ରିଲିଜ୍ ହୋଇଥିଲା । ଫିଲ୍ମଟି ବିଶ୍ୱବ୍ୟାପୀ ୧୦ ହଜାରରୁ ଅଧିକ ସ୍କ୍ରିନରେ ରିଲିଜ୍ ହୋଇଥିଲା । ୫୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଆରଆରଆର ହେଉଛି ଭାରତୀୟ ସିନେମା ଜଗତର ଅନ୍ୟତମ ହାଇବଜେଟ୍ ଫିଲ୍ମ । ଗତ ୨୦୨୦ ଜୁଲାଇ ୩୦ରେ ଫିଲ୍ମଟି ରିଲିଜ୍ ହେବାର ଥିଲା, ମାତ୍ର ପ୍ରଡକ୍ସନ ସ୍ଥଗିତ ଓ କୋଭିଡ୍ ମହାମାରୀ କାରଣରୁ ଏହାର ଡେଟ୍ ଘୁଞ୍ଚାଇ ଦିଆଯାଇଥିଲା ।

Get real time updates directly on you device, subscribe now.