fbpx

ସୁନ୍ଦରଗଡକୁ ୪,୯୧୫ କୋଟିର ପ୍ୟାକେଜ୍

ରାଉରକେଲା,୧୬ ।୨(ଓଡିଶା ଭାସ୍କର): ସୁନ୍ଦରଗଡ଼ର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ ୮୩୪ କୋଟି ୨୩ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସେହିପରି ୩,୯୫୮ କୋଟି ୭୬ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ସୁନ୍ଦରଗଡରେ କ୍ରୀଡାର ବିକାଶ ପାଇଁ ୧୨୦ କୋଟିର ପ୍ରକଳ୍ପ ରହିଛି । ଏହା ସହ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଷ୍ଟାଡିଅମରେ ୨୦୨୩ ବିଶ୍ୱକପ୍ ହକି ମ୍ୟାଚ୍ ଖେଳାଯିବ । ସୁନ୍ଦରଗଡର ୧୭ଟି ବ୍ଲକରେ ଗୋଟିଏ ଲେଖାଏଁ ଆଷ୍ଟ୍ରୋ ଟର୍ଫ ହେବ । ୧୬୧୧ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ହେବ । ୩୫୧ କୋଟି ଟଙ୍କା ବ୍ୟୟରେ ୧୧ଟି ବୃହତ ଉଠାଜଳସେଚନ ପ୍ରକଳ୍ପ ହେବ । ଜିଲ୍ଲାର ୧୦ଟି କସ୍ତୁରବା ଗାନ୍ଧି ଆବସିକ ବାଳିକା ବିଦ୍ୟାଳୟ ହେବ ।

ଓଡିଶା ଆଦର୍ଶ ବିଦ୍ୟାଳୟର ୩୩ଟି ଛାତ୍ରଛରାତ୍ରୀ ନିବାସର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧୧କୋଟି ଟଙ୍କାର ସ୍ୱାସ୍ଥ୍ୟ ପ୍ରକଳ୍ପ ଓ ରାସ୍ତାର ବିକାଶ ପାଇଁ ୧୦୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ପରିମଳ ପାଇ: ୨୫୦ କୋଟି, ବିଦ୍ୟୁତ ଯୋଗାଣ ପାଇଁ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ସ୍କାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି ଟଙ୍କାର ପ୍ରକଳ୍ପ ରହିଛି । ଜୀବିକା ବିକାଶ ପାଇଁ ୨୧୬ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତିି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.