fbpx

ରାଜଧାନୀରେ କୁକୁର ପାଳିବାକୁ ହେଲେ ମାନିବାକୁ ହେବ ନିୟମ: BMC ଆଣିବେ ଏହି ଗାଇଡଲାଇନସ

ଭୁବନେଶ୍ୱ: ରାଜଧାନୀବାସିଙ୍କ ପାଇଁ BMC ଏକ ନୂଆ ନିମୟ ଆଣିବାକୁ ଯାଉଛନ୍ତି । ଯାହାକି ପଶୁପ୍ରେମୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂଣ୍ଣ । ଏଣିକି ରାଜଧାନୀରେ କେହି ପଶୁପ୍ରେମୀ ଘରେ କୁକୁର କିମ୍ବା ଅନ୍ୟାନ୍ୟ ଗୃହପାଳିତ ପଶୁ ରଖିଲେ ସେମାନଙ୍କୁ ବିଏମସିର କିଛି ନିୟମ ମାନିବାକୁ ପଡିବ । ଯାହାକି ଖୁବ ଶୀଘ୍ର ଲାଗୁ ହେବାକୁ ଯାଉଛି ।

ତେବେ ଦେଶ ତଥା ରାଜ୍ୟରେ ଅନେକ ଲୋକେ ଘରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ପାଳିଥାନ୍ତି । କିନ୍ତୁ ଖାସ କରି ଘରେ କୁକୁର ପାଳିବାକୁ ସମସ୍ତେ ଭଲ ପାଇଥାନ୍ତି । ଏଥିସହିତ ସେମାନେ ଯୁଆଡେ ଯାଆନ୍ତି ତାଙ୍କ ସାଙ୍ଗରେ ସେମାନଙ୍କ ପୋଷା କୁକୁରକୁ ମଧ୍ୟ ନେଇଥାନ୍ତି ।  ଅନେକ କ୍ଷେତ୍ରରେ ଏହି ପଶୁମାନେ ଅନ୍ୟମାନଙ୍କ ପ୍ରତି ବିପଦର କାରଣ ହୋଇଥିନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଏମସି ରାଜଧାନୀବାସୀଙ୍କ ପାଇଁ ଏକ ନିୟମ ଆଣିବାକୁ ଯାଉଛନ୍ତି । ଯାହାର ନାମ ହେଉଛି ପେଟ୍ ଆନିମଲ୍ ଗାଇଡଲାଇନସ୍ । ତେବେ ରାଜଧାନୀରେ ଏହି  ନିୟମ ଖୁବ୍ ଶୀଘ୍ର ଲାଗୁ ହେବ ବୋଲି ବିଏମସି କମିଶନର କହିଛନ୍ତି । କମିଶନର ଆହୁରୀ ମଧ୍ୟ କହିଛନ୍ତି ଯେ, ଯିଏ ଏହି ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

କୁକୁର ଓ ଅନ୍ୟ ଗୃହପାଳିତ ପଶୁ ରଖିବାକୁ ହେଲେ ମାଲିକମାନଙ୍କୁ କଣ କରିବାକୁ ପଡ଼ିବ, ସେମାନଙ୍କ ଦାୟିତ୍ୱ କିପରି ନେବେ, ବାହାରକୁ ନେବା ସମୟରେ କେଉଁଭଳି ସତର୍କତା ଅବଲମ୍ବନ କରିବେ, ଏସବୁକୁ କଥା ବିଏମସି ପ୍ରସ୍ତୁତ କରୁଥିବା ପେଟ୍ ଆନିମାଲ ଗାଇଡଲାଇନସ ରେ ଉଲ୍ଲେଖ ରହିବ । ଅନ୍ୟପକ୍ଷେ ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ସମେତ ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ଏହି ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ତେବେ ଏହିସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ବିଏମ୍‌ସି ସମୀକ୍ଷା କରୁଛି ।

Get real time updates directly on you device, subscribe now.