fbpx

ODI WC-2023ରେ କମବ୍ୟାକ କରିବେ ଋଷଭ ପନ୍ତ! ୧୪୦kmph ସ୍ପିଡ ବଲକୁ କରୁଛନ୍ତି ପ୍ରାକ୍ଟିସ

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଏକ ଖବର । ଷ୍ଟାର ୱିକେଟ କିପର ଋଷଭ ପନ୍ତ ଖୁବଶୀଘ୍ର ଦଳକୁ ଫେରିବାକୁ ଯାଉଛନ୍ତି । ଆସନ୍ତା ଦିନିକିଆ ବିଶ୍ୱକପରେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଦୀର୍ଘ ୮ ମାସରୁ କ୍ରିକେଟରୁ ଦୂରେଇ ରହିଥିବା ପନ୍ତ ବର୍ତ୍ତମାନ ପଡ଼ିଆରେ ଦମଦାର ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସେ ପ୍ରାୟ ୧୪୦ କି.ମି/ଘଣ୍ଟା ଫାଷ୍ଟ ବଲକୁ ଖେଳୁଥିବା ଦେଖାଯାଇଛି । ଯାହା ଭାରତୀୟ ଦଳ ପାଇଁ ଏକ ଖୁସିର ବିଷୟ । ବେଙ୍ଗଲୁରୁର ନେସନାଲ କ୍ରିକେଟ ଏକାଡେମୀରେ ଖୁବ ପ୍ରାକ୍ଟିସ କରୁଥିବା ବେଳେ ସେ ଖୁବଶୀଘ୍ର ସୁସ୍ଥ ହୋଇ ଦଳକୁ କମବ୍ୟାକ କରିପାରନ୍ତି ।

ରିପୋର୍ଟ ଅନୁସାରେ, ଭାରତୀୟ ଦଳର ଷ୍ଟାର ୱିକେଟ କିପର ଋଷଭ ପନ୍ତ ପଡ଼ିଆରେ ଖୁବ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ କୁହାଯାଉଛି ଯେ, ଋଷଭ ପଡ଼ିଆରେ ପ୍ରାୟ ୧୪୦କି.ମି ବେଗରେ ଆସୁଥିବା ବଲକୁ ସାମନା କରୁଛନ୍ତି । ନେଟ୍ସରେ ଦମଦାର ବ୍ୟାଟିଂ କରୁଥିବାର ଦେଖି ଫ୍ୟାନ୍ସମାନଙ୍କର ଉତ୍ସାହ ବଢିଯାଇଛି । ବ୍ୟାଟିଂ ସହ ଋଷଭ ୱିକେଟ କିପିଙ୍ଗ ପାଇଁ ମଧ୍ୟ ପ୍ରାକ୍ଟିସ କରୁଥିବାର ନଜର ଆସିଛି । ଏହାପରେ ଋଷଭ ପନ୍ତଙ୍କ ପ୍ରାକ୍ଟିସ ଦେଖି ସେ ଖୁବଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି ଆଶା କରାଯାଉଛି । ଏମିତିକି ଆସନ୍ତା ଦିନିକିଆ ବିଶ୍ୱକପରେ ମଧ୍ୟ ତାଙ୍କୁ ଦଳରେ ସୁଯୋଗ ମିଳିବା ନଇ ଦାବି ଉଠିଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି ବିସିସିଆଇ କିମ୍ବା ନିଜେ ଋଷଭ ପନ୍ତ ।

ସୂଚନା ଅନୁସାରେ, ଗତ ଡିସେମ୍ବରରେ ଭୟଙ୍କର କାର୍ ଦୁର୍ଘଟଣାର ଶିକାର ହୋଇ ସେ କ୍ରିକେଟରୁ ଦୂରେଇ ଯାଇଥିଲେ । ତେବେ ସୁସ୍ଥ ହୋଇ ପୁଣିତରେ ଖେଳିବା ପାଇଁ ତାଙ୍କୁ ପ୍ରାୟ ଏକ ବର୍ଷ ବା ଅଧିକ ସମୟ ଲାଗିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସେ ଏହାକୁ ଭୁଲ ପ୍ରମାଣିତ କରି ଯଥାସମ୍ଭବ ସୁସ୍ଥ ହେବାକୁ ଚାହୁଁଛନ୍ତି । ତେବେ ବର୍ତ୍ତମାନ ଇଶାନ କିଶାନ, ସଞ୍ଜୁ ସାମସନ ଏବଂ କେଏଲ ରାହୁଲ ୱିକେଟ କିପର ଭୂମିକାରେ ବିଶ୍ୱକପ ପାଇଁ ଭାରତୀୟ ଦଳରେ ରହିଛନ୍ତି ।

Get real time updates directly on you device, subscribe now.