fbpx

ମାରିୟୁପୋଲରେ ୟୁକ୍ରେନ ସୈନିକଙ୍କୁ ଋଷର ଚେତାବନୀ- ଅସ୍ତ୍ର ତ୍ୟାଗ କଲେ ମିଳିବ ଜୀବନଦାନ

ୟୁକ୍ରେନ ବିରୋଧରେ ଋଷ ପୁଣିଥରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି । ମାରିୟୁପୋଲରେ ନିୟୋଜିତ ଥିବା ୟୁକ୍ରେନ ସୈନିକଙ୍କୁ ଋଷ କହିଛି ଯେ ସେମାନେ ଅସ୍ତ୍ର ଛାଡ଼ିଲେ ଜୀବନଦାନ ମିଳିବ । ଋଷର କର୍ଣ୍ଣେଲ ଜେନେରାଲ ମିଖାଇଲ ମିଜିନତ୍ସେବ କହିଛନ୍ତି ଯେ ଅଜୋୱତ୍ସାଲ ଇସ୍ପାତ କାରଖାନାରେ ଯେଉଁ ୟୁକ୍ରେନ ସୈନିକ ଘେରାବନ୍ଦୀ ହୋଇ ରହିଛନ୍ତି ତାଙ୍କୁ ଆତ୍ମସମର୍ପଣ କରିବାକୁ ସ୍ଥାନୀୟ ସମୟ ଅନୁଯାୟୀ ଦିନ ୧ ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

୧୧ ବର୍ଗ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ଜୋୱତ୍ସାଲ ଇସ୍ପାତ କାରଖାନା ମାରିୟୁପୋଲର ଶେଷ ଇଲାକା । ଯାହା ଏବେବି ୟୁକ୍ରେନ ସେନା ନିୟନ୍ତ୍ରଣରେ ରହିଛି ।

ସୂଚନାଯୋଗ୍ୟ, ଋଷ ସେନା ଅଜୋୱତ୍ସାଲର ପ୍ରମୁଖ ବନ୍ଦର ସହରକୁ ଦେଢ଼ ମାସରୁ ଘେରାବନ୍ଦୀ କରି ରଖିଛନ୍ତି ଏଠାରେ ପ୍ରାୟ ୨୫୦୦ ରୁ ଅଧିକ ୟୁକ୍ରେନ ସୈନ୍ୟ ନିୟୋଜିତ ଅଛନ୍ତି ଯାହାଙ୍କୁ ରବିବାର ୟୁକ୍ରେନ ସେନା ଅସ୍ତ୍ର ଛାଡ଼ିବାକୁ ପ୍ରସ୍ତାବ ଦେଇଛି ।

ମାରିୟୁପୋଲ ଉପରେ କବ୍ଚା କରିବା ଋଷର ପ୍ରମୁଖ ଲକ୍ଷ୍ୟ  । ଏମିତି କରିବା ଦ୍ୱାରା ଋଷକୁ କ୍ରିମିଆ ପର୍ଯ୍ୟନ୍ତ ଭୂମି ରାସ୍ତା ମିଳିଯିବ । ଋଷ ୨୦୧୪ରେ କ୍ରିମିଆ ଉପରେ କବ୍ଚା କରିଥିଲା । ଏହା ଛଡ଼ା ମାରିୟୁପୋଲରେ ୟୁକ୍ରେନ ସୈନିକଙ୍କୁ ହରାଇବା ପରେ ସେଠାରେ ଥିବା ଋଷ ସୈନିକ ଡୋନବାସକୁ ଆଗକୁ ବଢ଼ିବେ ।

Get real time updates directly on you device, subscribe now.