ରୁଷ ସେନା ମୁଖ୍ୟାଳୟରେ ବଡ଼ ଧରଣର ବିସ୍ଫୋରଣ : ୬ ଆହତ

ମସ୍କୋ : ରୁଷର କୃଷ୍ଣ ସାଗର ସେନା ମୁଖ୍ୟାଳୟରେ ରବିବାର ବିସ୍ଫୋରଣରେ ୬ ଜଣ ଆହତ ହୋଇଛନ୍ତି । ସେବାଷ୍ଟୋପୋଲ ସହରର ମୁଖ୍ୟାଳୟରେ ବିସ୍ଫୋରଣ ପରେ ରୁଷର ନୈସେନା ଦିବସ ଛୁଟି ବାତିଲ କରାଯାଇଥିଲା ।

୨୦୧୪ରେ ରୁଷ ଏହି ଦ୍ୱୀପପୁଞ୍ଜ ଉପରେ ଆକ୍ରମଣ କରି ଏହାକୁ ୟୁକ୍ରେନରୁ ଛଡ଼ାଇ ନେଇଥିଲା । ଡ୍ରୋନ୍‌ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା ବୋଲି ଜଣାପଡିଛି । ସେବାଷ୍ଟୋପୋଲ ମେୟର ମିଖାଇଲ ରଜଭୋଜାଭ କହିଛନ୍ତି ଯେ ବିସ୍ଫୋରକ କମ୍‌ ପ୍ରଭାବଶାଳୀ ଥିଲା, କିନ୍ତୁ ବିସ୍ଫୋରଣରେ ୬ ଜଣ ଆହତ ହୋଇଛନ୍ତି ।