ବିଦେଶ ମନ୍ତ୍ରୀଙ୍କ ସହ ୧୧ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ : କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସମେତ ୧୧ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ୬ଜଣ ରହିଛନ୍ତି । ୬ଜଣ ଟିଏମ୍ସି ପ୍ରାର୍ଥୀ ଏବଂ ୫ଜଣ ବିଜେପି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦ୍ୱିତୀୟଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଟିଏମ୍ସିକୁ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନେ ହେଲେ ଶୁଖେନ୍ଦୁ ଶେଖର ରାୟ, ଡୋଲା ସେନା, ସାକେତ ଗୋଖେଲ, ସମୀରୁଲ ଇସ୍ଲାମ ଓ ପ୍ରକାଶ ବାରିକ ।

ଏଥିପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜୁନ ୧୪ରେ ଶେଷ ହୋଇଥିଲା । ଅନ୍ୟପକ୍ଷରେ ଗୁଜରାଟର ୩ଟି ଆସନରେ ବିଜେପି ପ୍ରାର୍ଥୀମାନେ ନିର୍ବିବାଦରେ ନିର୍ବାଚିତ ହୋଇଛନ୍ତି । ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପି ନେତା ବାବୁଭାଇ ଦେଶାଇ ଓ କେଶରୀଦେବ ସିଂ ଝାଲା ସାମିଲ ରହିଛନ୍ତି । ଏହାଛଡା ଅନ୍ୟ ଦୁଇ ପ୍ରାର୍ଥୀ ପ୍ରଥମ ଥର ପାଇଁ ବିଜେପିର ରାଜ୍ୟ ସଭାରେ ପହଞ୍ôଚଛନ୍ତି । ତେବେ ଏପରି ପରିସ୍ଥିତିରେ ବିଜେପିକୁ ରାଜ୍ୟ ସଭାରେ ୯୩ଟି ଆସନ ମିଳିବ ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସଭାରେ ମୋଦୀ ସରକାରର ବହୁମତ ନାହିଁ । ତେଣୁ ଜୁଲାଇ ୨୪ରେ ହେବାକୁ ଥିବା ମତଦାନ ଆଉ ଏବେ ହେବ ନାହିଁ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗୁଜରାଟ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ଏତେ ଅଧିକ ଯେ, ସବୁ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ସଂସଦକୁ ଯାଇପାରିବେ । ବିଧାନସଭା ନିର୍ବାଚନରେ ୧୮୨ଟି ଆସନ ମଧ୍ୟରୁ ବିଜେପି ଏକାକୀ ୧୫୬ଟି ଆସନରେ ବିଜୟୀ ହୋଇଥିଲା ।