fbpx

ଫୁଲଦମରେ ସମ୍ବଲପୁର ପ୍ରଶାସନ: ପୁଣି ବଢ଼ିଲା ଇଣ୍ଟରନେଟ ବନ୍ଦ ଅବଧି, ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗୁ ହେଲା ଏହି କଟକଣା

ଭୁବନେଶ୍ୱର: ସମ୍ବଲପୁରର ବର୍ତ୍ତମାନ ସ୍ଥିତିକୁ ଦେଖି ଇଣ୍ଟରନେଟ ସେବାକୁ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ସେ ସୂଚନା ଦେଇ କହିଛନ୍ତି ଯେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ଆସନ୍ତା କାଲି ୧୦ ଟାପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ତେବେ ଏହା ପୂର୍ବରୁ ଗତକାଲି ମଧ୍ୟ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପୁଣି ଆଜି ମଧ୍ୟ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି ।

ଯାହା ସୂଚନା ମିଳୁଛି ସୋସିଆଲ ମିଡିଆର ଅପବ୍ୟବହାର ଦ୍ୱାରା ପରିସ୍ଥିତି ଜଟିଳ ହେବା ନେଇ ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସୂୂଚନା ମୁତାବକ ସମ୍ବଲପୁର ହିଂସା ପର ଠାରୁ ଏଠାରେ ଇଣ୍ଟରନେଟ ସେବା ବନ୍ଦ ରହିଥିଲା । ଆଉ ଏହା ପରେ ଏବେ ମଧ୍ୟ ଏହି ଅବଧିକୁ ବଢ଼ାଇ ଦିଆଯାଇଛି ।

ସୂଚନାମୁତାବକ ସମ୍ବଲପୁର ସହରରେ ହନୁମାନ ଜୟନ୍ତି ସାରି ଫେରୁଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ । ପ୍ରଥମେ ସେହି ଗୋଷ୍ଠୀ ର କିଛି ବ୍ୟକ୍ତି ଯୁବକଙ୍କ ଉପରକୁ ପଥର ମାଡ କରିଥିଲେ । ଏହାପରେ ଏକ ଧାରୁଆ ଅସ୍ତ୍ରରେ ଯୁବକ ଜଣଙ୍କୁ ହତ୍ୟା କରିଥିଲେ । ଫଳରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ପୋଲିସ ମୂତୟନ ହେବା ସହ ପରବର୍ତ୍ତି ସମୟରେ ଯେପରି କୌଣସି ଗଣ୍ଡୋଗଳ ନହୁଏ ସେଥିପାଇଁ ସମ୍ବଲପୁର ସହରରେ ୧୪୪ ଧାରା ଜାରି କରଯାଇଥିଲା । ଏତତ୍ ବତୀତ ପୋଲିସ ଡିଜି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ।

Get real time updates directly on you device, subscribe now.