ଭୁବନେଶ୍ୱର: ଓଡ଼ିଶା ଅଲିମ୍ପିକ ସଂଘ ସଭାପତି ହେବେ ସମୀର ମହାନ୍ତି । କାରଣ ସଭାପତି ପଦ ପାଇଁ ସମୀର ହେଉଛନ୍ତି ଜଣେ ମାତ୍ର ପ୍ରାର୍ଥୀ । ଏହା ପରେ ବି ୩୦ରେ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି । ଏନେଇ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।
୨୦୨୯ ଯାଏ ସେ ଓଓଏର ସଭାପତି ହୋଇ ରହିବେ । ଆସନ୍ତା ମାର୍ଚ୍ଚ ୩୦ ତାରିଖରେ OOAର ସାଧାରଣ ପରିଷଦ ବୈଠକ ହେବ ।
ସମୀର ମହାନ୍ତି OOAର ନୂଆ ସଭାପତି ହେବାକୁ ଥିବା ବେଳେ ଅଭିଜିତ୍ ପାଲ୍ ହେବେ ସମ୍ପାଦକ । ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇ ସାରିଥିବାବେଳେ, ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।
ଉଭୟ ଅପ୍ରତିଦ୍ଵନ୍ଦ୍ୱୀ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଥିଲେ । ଆସନ୍ତା ୩୦ ତାରିଖରେ ସାଧାରଣ ପରିଷଦ ବୈଠକରେ ଦାୟିତ୍ଵ ଗ୍ରହଣ କରିବେ ନୂତନ କର୍ମକର୍ତ୍ତା ।