fbpx

ବିଜେପିରେ ସାମିଲ ହେଲେ ସଞ୍ଜୀବ ସାହୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏବେଠାରୁ ଦଳ ଅଦଳବଦଳ ନୀତି ଆରମ୍ଭ ହୋଇଗଲାଣି । ଆଜି ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଆୟୋଜିତ ହୋଇଛି । ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଧିବଦ୍ଧ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି । ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ସଞ୍ଜୀବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସଞ୍ଜୀବ ଦଳରେ ମିଶିଛନ୍ତି ।  ତେବେ ଚାରି ଥର ବିଧାୟକ ସଂଜୀବ ପଞ୍ଚାୟତ ରାଜ ଏବଂ ବାଣିଜ୍ୟ ପରିବହନ ମନ୍ତ୍ରୀ ରହିଥିଲେ। କିଛି ଦିନ ତଳେ ବିଜେଡି ଛାଡ଼ି ଥିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ । ବୀରମହାରାଜପୁର ଓ ଆଠମଲ୍ଲିକରୁ ୪ ଥର ବିଧାୟକ ହୋଇଥିଲେ ସଞ୍ଜୀବ ।

Get real time updates directly on you device, subscribe now.