ସାରା- ଅର୍ଜୁନଙ୍କ ସିକ୍ରେଟ୍ ଡେଟକୁ ନେଇ ଚର୍ଚ୍ଚା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡର ନଟଖଟ୍ ତଥା ଚୁଲବୁଲି ଅଭିନେତ୍ରୀ ସାରା ଅଲି ଖାନ୍ । ଫିଲ୍ମ ଠାରୁ ଅଧିକ ତାଙ୍କ ଲଭ୍ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ । ନିକଟରେ ସାରା ଆଲି ଖାନ୍ କେଦାରନାଥ ଧାମ୍ ଦର୍ଶନ ପାଇଁ ଯାଇଥିଲେ । ତାଙ୍କ ସହ କଂଗ୍ରେସ ନେତା ପ୍ରତାବ ବାଜୱା ମଧ୍ୟ ଯାଇଥିଲେ । ଏନେଇ ସାରା ସୋସିଆଲ ମିଡିଆରେ ଅନେକ ଫଟୋ ଶେୟାର କରିଛନ୍ତି ଯାହା ଭାଇରାଲ ହେଉଛି । ତେବେ ସାରା ଏବଂ ଅର୍ଜୁନ ବାଜୱା ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି ।

ବୁଧବାର ସୈଫ ଅଲି ଖାନଙ୍କ ଅଲିଅଳି ସାରା ଅଲି ଖାନ୍ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ କେଦାରନାଥ ଦର୍ଶନ କିଛି ଫଟୋ ଶେୟାର କରିଥିଲେ । ଏହାର କ୍ୟାପସନରେ ଲେଖିଥିଲେ, ଜୟ ଶ୍ରୀ କେଦାର, ମନ୍ଦାକିନୀ ପ୍ରବାହ କରିବା, ଆଳତୀର ଶବ୍ଦ, କ୍ଷୀର ସାଗର ଇତ୍ୟାଦି । କେଦାରନାଥ ଦର୍ଶନର ଏହି ସିରିଜ ଫଟୋରେ ତାଙ୍କ ସହ ଅର୍ଜୁନ ବାଜୱାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ଦୁହିଁଙ୍କୁ ଏକାଠି ଦେଖି ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି । ସାରା ଏବଂ ଅର୍ଜୁନ ସିକ୍ରେଟ୍ ଡେଟିଂରେ ଥିବା କିଛି ୟୁଜର୍ସ କହୁଛନ୍ତି । ଦୁହିଁଙ୍କ ଏକାଠି ସମୟ ବିତାଇବା ଅନେକ କିଛି ସଂକେତ କରୁଛି । ସାରା ଏବଂ ଅର୍ଜୁନଙ୍କ ରିଲେସନସିପ୍ ଗୁଜବ କେତେ ଦୂର ସତ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ ।

 

View this post on Instagram

 

A post shared by Sara Ali Khan (@saraalikhan95)

ଅର୍ଜୁନ ବାଜୱା କିଏ ?

ବିଶିଷ୍ଟ ରାଜନେତା ଫତେହଜଙ୍ଗ୍ ସିଂହ ବାଜୱାଙ୍କ ସୁପୁତ୍ର ହେଉଛନ୍ତି ଅର୍ଜୁନ ପ୍ରତାପ ବାଜୱା । ବର୍ତ୍ତମାନ ଫତେହଜଙ୍ଗ୍ ସିଂହ ପଞ୍ଜାବରେ ବିଜେପି ଉପାଧ୍ୟକ୍ଷ । ଏହା ପୂର୍ବରୁ ସେ କଂଗ୍ରେସ ବିଧାୟକ ଥିଲେ । ଅର୍ଜୁନ ହେଉଛନ୍ତି ଜଣେ ଲୋକପ୍ରିୟ ସୁପରମଡେଲ ଏବଂ ଅଭିନେତା । ସେ ଅନେକ ବଡ଼ ବଡ଼ ଡିଜାଇନରଙ୍କ ପାଇଁ ରାମ୍ପୱାକ୍ କରିଛନ୍ତି । ସେ ଜଣେ କୁଶଳୀ ଜିମନାଷ୍ଟ ସହ MMA ଫାଇଟର ମଧ୍ୟ ।
ଖୁବ ଶୀଘ୍ର ସାରା ଅଲି ଖାନ ଅନୁରାଗ ବାସୁଙ୍କ ଫିଲ୍ମ ‘ମେଟ୍ରୋ ଇନ୍ ଦିନୋ’ରେ ଆଦିତ୍ୟ ରୟ କପୁରଙ୍କ ସହ ନଜର ଆସିବେ । ଏହି ଫିଲ୍ମରେ ଅନୁପମ୍ ଖେର୍‌, ପଙ୍କଜ ତ୍ରିପାଠି, ନୀନା ଗୁପ୍ତା ଏବଂ ଫାତିମା ସନା ଶେଖ ଆଦି କଳାକାର ନଜର ଆସିବେ । ଆସନ୍ତା ନଭେମ୍ବର ୨୯ରେ ଏହି ଫିଲ୍ମ ରିଲିଜ ହେବ ବୋଲି ଆଶା କରାଯାଉଛି ।