Breaking: ପୁଣି ବାରିମୂଳ ଆଶ୍ରମ ଯିବେ ସାରଥୀ, ହାଇକୋର୍ଟ ଦେଲେ ସର୍ତ୍ତମୂଳକ ଅନୁମତି

କଟକ: ଆଉଥରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କଲେ ସନ୍ତୋଷ ରାଉଳ ଓରଫ ସାରଥୀ । କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ।

ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି । ୨ ମାସରେ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି । ଆଶ୍ରମ ଯାଇପାରିବେନି କିମ୍ବା ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି ।

ସକାଳ ସାଢ଼େ ୫ରୁ ସନ୍ଧ୍ୟା ୫ ମଧ୍ୟରେ ଭାଇଙ୍କୁ ଦେଖା କରିପାରିବେ । କେନ୍ଦ୍ରାପଡା ଯିବା ପୂର୍ବରୁ ଟ୍ରାଏଲ କୋର୍ଟରେ ଜଣାଇବାକୁ ନିର୍ଦେଶ ।