fbpx

ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ,୪ ।୨ : ରାଜ୍ୟସଭାରେ ଅଧ୍ୟକ୍ଷତା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସର୍ବକନିଷ୍ଠ ଓଡିଆ ସାଂସଦ ଭାବେ ସେ ଗୃହରେ ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ଅନୁପସ୍ଥିତିରେ ଅଧ୍ୟକ୍ଷତା କରିଛନ୍ତି ସସ୍ମିତ । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଉପାଧ୍ୟକ୍ଷ ପ୍ୟାନେଲରେ ତାଙ୍କୁ ସାମିଲ କରାଯାଇଥିଲା । ପ୍ରାୟ ୨୦ ବର୍ଷ ପରେ ଓଡ଼ିଶାର କୌଣସି ସାଂସଦଙ୍କୁ ଏହି ପ୍ୟାନେଲକୁ ମନୋନୀତ କରାଯାଇଛି । ଆଜି ଗୃହରେ ଅଧ୍ୟକ୍ଷତା କରୁଥିବାବେଳେ ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡା, କଂଗ୍ରେସ ନେତା ଦିଗବିଜୟ ସିଂହ ଓ ତୃଣମୂଳ କଂଗ୍ରେସର ଡେରେକ ଓବ୍ରେନ କହିବାର ସୁଯୋଗ ପାଇଥିଲେ । ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ବି ରାଜ୍ୟସଭାରେ ଅଧ୍ୟକ୍ଷତା କରିସାରିଛନ୍ତି ।

ସସ୍ମିତଙ୍କ ଦକ୍ଷତା, କୌଣସି ବିଷୟକୁ ବୁଝିବା ପାଇଁ ଆବଶ୍ୟକ ଧୀଶକ୍ତି ଏବଂ ସର୍ବୋପରି ଶୃଙ୍ଖଳା କାରଣରୁ ପୂର୍ବରୁ ତାଙ୍କୁ ଗୃହ ପରିଚାଳନା କରିବାକୁ ସୁଯୋଗ ମିଳିଥିଲା । ଆଉ ଏହାର ସଦୁପଯୋଗ କରିଥିଲେ ସସ୍ମିତ । ସସ୍ମିତଙ୍କ ସଭାପତିତ୍ୱରେ ଗୁରୁତ୍ୱପୂର୍ଣ୍ଣ ବିଧେୟକଗୁଡିକ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଜାତୀୟ ଫରେନସିକ ସାଇନ୍ସ ୟୁନିଭରସିଟି-୨୦୨୦, ରାଷ୍ଟ୍ରୀୟ ରକ୍ଷା ୟୁନିଭରସିଟି ବିଲ୍-୨୦୨୦ ଗତକାଲି ସସ୍ମିତଙ୍କ ସଭାପତିତ୍ୱରେ ଗୃହୀତ ହୋଇଥିଲା ।

Get real time updates directly on you device, subscribe now.