fbpx

ପଶ୍ଚିମବଙ୍ଗକୁ ଜଳିବାରୁ ବଞ୍ଚାନ୍ତୁ, ଅମିତ୍ ଶାହଙ୍କୁ ଚିଠି ଲେଖି ଭାବୁକ ଅପିଲ୍ କଲେ ବିଜେପି ସାଂସଦ

କୋଲକାତା: ପଶ୍ଚିମବଙ୍ଗକୁ ଜଳିବାରୁ ବଞ୍ଚାନ୍ତୁ। ଏମିତି ଅପିଲ୍ କରି ଶନିବାର କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ତଥା ପଶ୍ଚିମବଙ୍ଗ ଉପ ସଭାପତି ସୌମିତ୍ର ଖାନ। ଖାନ ଶାହଙ୍କୁ ରାଜ୍ୟରେ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ଅନୁରୋଧ କରିଛନ୍ତି। ପଶ୍ଚିମବଙ୍ଗ ସଂପ୍ରତି ସୁରକ୍ଷିତ ନଥିବା ସେ କହିଛନ୍ତି। ପଶ୍ଚିମବଙ୍ଗବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଆପଣଙ୍କୁ ଶୀଘ୍ର କେନ୍ଦ୍ରୀୟ ବଳ ମୁତୟନ କରିବା ଉଚିତ୍ ଏବଂ ପଶ୍ଚିମବଙ୍ଗ ସୁରକ୍ଷା ଦାୟିତ୍ଵ ସେହି ବ୍ୟକ୍ତି ଉପରେ ନ୍ୟସ୍ତ କରିବା ଉଚିତ୍ ଯଦ୍ଵାରା ରାଜ୍ୟବାସୀଙ୍କୁ ଦମନକାରୀ ଏବଂ ଅତ୍ୟାଚାରୀ ସରକାରଙ୍କ ବିରୋଧରେ ସ୍ଵାଧୀନତା ମିଳି ପାରିବ।

ଚିଠିରେ ଖାନ ରାଜ୍ୟର ସାଂପ୍ରତିକ ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜୁନ ୯ରେ ହାଓ୍ଵଡାରେ ବିରୋଧ ନାମରେ ଜାତୀୟ ରାଜପଥ ଛଅ ଘଣ୍ଟା ପାଇଁ ଅବରୋଧ କରି ରଖାଗଲା। ଏଥିରେ ବହୁ ସଂଖ୍ୟାରେ ଲୋକେ ହଇରାଣ ହୋଇଥିଲେ। ଏହି ପରି ଜୁନ ୧୦ରେ ପାର୍କ ସର୍କସରେ ଭୟାନକ ସ୍ଥିତି ଦେଖିବାକୁ ମିଳିଲା। ରୋହିଙ୍ଗ୍ୟା ମୁସଲିମ ଏବଂ ଟିଏମସିର ଗୁଣ୍ଡା ଡୋମଜୁର ପୋଲିସ ଷ୍ଟେସନରେ ପୋଲିସକର୍ମୀଙ୍କୁ ମାଡ ମାରିଛନ୍ତି।

ପଶ୍ଚିମବଙ୍ଗରେ ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି। ଭବାନୀପୁରର ଉଚ୍ଚ ସୁରକ୍ଷସଂପନ୍ନ ଅଞ୍ଚଳରେ ଏକ ଦମ୍ପତ୍ତିକୁ ହତ୍ୟା କରାଗଲା। ଏହି ଘଟଣା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ ନିକଟରେ ଘଟିଥିଲା। ଏହି ମାମଲାରେ କୌଣସି କାର‌୍ୟ୍ୟାନୁଷ୍ଠାନ ନିଆଯାଇଥିବା ଖାନ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।

ରାଜ୍ୟର ବିକଟ ସ୍ଥିତି ବିଷୟରେ ଖାନ କହିଛନ୍ତି ଯେ, ଲୋକେ ଭୟଭୀତ ମାହୋଲରେ ରହୁଛନ୍ତି। ବାତାବରଣ ଉତ୍ତେଜନାପୂର୍ଣ୍ଣ ଏବଂ ରାଜ୍ୟର ସ୍ଥିତି ଅନିୟନ୍ତ୍ରିତ ରହିଛି। ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ବଢିବାରୁ ରାଜ୍ୟରେ ଅପରାଧିକ ଘଟଣା ବୃଦ୍ଧି ଘଟିଛି। ରୋହିଙ୍ଗ୍ୟାଙ୍କୁ ମୋହରା କରି ରାଜ୍ୟ ସରକାର ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ସୌମିତ୍ର ଖାନ।

Get real time updates directly on you device, subscribe now.