fbpx

SBI ଦେଲା ବଡ଼ ଉପହାର: କୋଟି କୋଟି ଗ୍ରାହକ ଏଣିକି ହେବେ ଲାଭବାନ୍

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର କୋଟି କୋଟି ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେଇଛି । ବ୍ୟାଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏସବିଆଇର ଏହି ନିଷ୍ପତ୍ତି ଫଳରେ ଗ୍ରାହକମାନେ ବିଶେଷ ଭାବେ ଉପକୃତ ହେବେ । ତେବେ ସବୁଠାରୁ ବଡ଼ କଥା ହେଉଛି ଗ୍ରାହକମାନେ ଆଗାମୀ କିଛି ମାସ ପାଇଁ ଏହି ଖାସ୍ ସୁବିଧା ପାଇ ପାରିବେ ।

ସୂଚନା ମୁତାବକ, ଏସବିଆଇ ପକ୍ଷରୁ (ଏସବିଆଇ ୱିକେୟାର) ସିନିୟର ସିଟିଜେନ ସ୍ଥାୟୀ ଜମା (ଏଫଡି)ର ଅବଧି ବୃଦ୍ଧି କରାଯାଇଛି । ଫଳରେ ଏବେ ଗ୍ରାହକମାନେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଏହି ଯୋଜନାର ଫାଇଦା ପାଇ ପାରିବେ । ସାଧାରଣ ଏଫଡି ତୁଳନାରେ ବ୍ୟାଙ୍କ ଏହି ଏଫଡିରେ ଅଧିକ ସୁଧ ପ୍ରଦାନ କରିଥାଏ । ପୂର୍ବରୁ ମଧ୍ୟ ସିନିୟର ସିଟିଜେନଙ୍କ ପାଇଁ ସ୍ପେଶାଲ ଏଫଡି ଯୋଜନାର ଅବଧିକୁ ଅନେକ ଥର ବୃଦ୍ଧି କରାଯାଇଥିଲା ।

ଗତ ୨୦୨୦ ମସିହା ମାର୍ଚ୍ଚ ମାସରେ ଏସବିଆଇ ୱିକେୟାର ବରିଷ୍ଠ ନାଗରିକ ଏଫଡି ଯୋଜନା ଲଞ୍ଚ କରିଥିଲା । ଏହାର ଅନ୍ତିମ ତାରିଖ ୨୦୨୦ ମସିହା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରହିଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ସ୍କିମର ଅବଧିକୁ ଅନେକ ଥର ବୃଦ୍ଧି କରାଯାଇଥିଲା । ବରିଷ୍ଠ ନାଗରିକଙ୍କୁ ସେମାନଙ୍କର ଜମା ରାଶି ଉପରେ ଅଧିକ ସୁଧ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ସ୍ପେଶାଲ ଏଫଡି ଯୋଜନା ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସମୟରେ ବରିଷ୍ଠ ନାଗରିକଙ୍କୁ ଏହି ସ୍କିମରେ ୩୦ ବିପିଏସ ସୁଧ ମିଳୁଛି । ଏଥିରେ ୫ରୁ ୧୦ ବର୍ଷ ଅବଧି ପର୍ଯ୍ୟନ୍ତ ସ୍ଥାୟୀ ଜମା କରିପାରିବେ । ୱିକେୟାର ଏଫଡିରେ ବ୍ୟାଙ୍କ ପକ୍ଷରୁ ବାର୍ଷିକ ୭.୫ ପ୍ରତିଶତ ସୁଧ ମିଳିଥାଏ । ସାଧାରଣ ଏଫଡି ଠାରୁ ବରିଷ୍ଠ ନାଗରିକଙ୍କୁ ୦.୦୫ ପ୍ରତିଶତ ଅଧିକ ସୁଧ ମିଳିଥାଏ ।

Get real time updates directly on you device, subscribe now.