fbpx

ଷ୍ଟାଫରୁମରେ କାହାକୁ ଚମାର କହିବା ଅପରାଧ ନୁହେଁ: ଏସସି / ଏସଟି ଆକ୍ଟ ମାମଲାରେ କହିଲେ ହାଇକୋର୍ଟ

Advertisement

ନୂଆଦିଲ୍ଲୀ: ଏସସି / ଏସଟି ଆକ୍ଟ ୧୯୮୯ ସହ ଜଡିତ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଷ୍ଟାଫରୁମ ଏକ ‘’ସର୍ବସାଧାରଣ ସ୍ଥାନ’ ନୁହେଁ ତେଣୁ ଏପରି ପରିସ୍ଥିତିରେ ଏହାକୁ ଅପରାଧ ବୋଲି ବିବେଚନା କରାଯାଇପାରିବ ନାହିଁ ।

ତେବେ ଅଭିଯୋଗ ହୋଇଥିଲା କି ଷ୍ଟାଫରୁମ ହୋଇଥିବା ବୈଠକ ସମୟରେ ଅଭିଯୋଗକାରୀଙ୍କୁ ‘ଚମାର’ ବୋଲି ଡକାଯାଇଥିଲା ଏବଂ ତାଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା ।

ବାର୍ ଆଣ୍ଡ ବେଞ୍ଚର ଏକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତମାନେ ଷ୍ଟାଫରୁମ ମିଟିଂରେ ଅଭିଯୋଗକାରୀଙ୍କୁ ଚମାର୍ ବୋଲି କହିବା ସହ ଅଭଦ୍ର ଭାଷାର ବ୍ୟବହାର କରିଥିଲେ । ଜଷ୍ଟିସ ବିଶାଲ ଧଗଟ ଏହି ମାମଲାର ଶୁଣାଣି କରୁଥିଲେ । କୋର୍ଟ କହିଛନ୍ତି ଯେ, ଯେହେତୁ ଷ୍ଟାଫ୍ ରୁମ୍ ଏପରି ସ୍ଥାନ ନୁହେଁ ଯାହା ସର୍ବସାଧାରଣରେ ଦୃଶ୍ୟମାନ ହୁଏ । ଏଭଳି ପରିସ୍ଥିତିରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ କରାଯାଇ ପାରିବ ନାହିଁ ।

କୋର୍ଟ କହିଛନ୍ତି ଯେ, ଏସସି / ଏସଟି ଅଧିନିୟମର ଧାରା 3(1)(x) ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ଏକ ଅନୁସୂଚିତ ଜାତି କିମ୍ବା ଜନଜାତିର ବ୍ୟକ୍ତିଙ୍କୁ ଅପମାନିତ କିମ୍ବା ଧମକ ଦେଲେ ଦଣ୍ଡ ଦିଆଯାଇପାରିବ ।

Get real time updates directly on you device, subscribe now.