fbpx

ରେଲୱେ ଷ୍ଟେସନରେ କ୍ୟୁଆର କୋଡ ବ୍ୟବସ୍ଥା, ସ୍କାନ କଲେ ମିଳିବ ଟ୍ରେନର ସୂଚନା

ପାଟନା: ରେଲୱେ ପ୍ରତିଦିନ ହାଇଟେକ ହେବାରେ ଲାଗିଛି ଏବଂ ଯାତ୍ରୀମାନଙ୍କୁ ଉତ୍ତମ ସୁବିଧା ପ୍ରଦାନ କରାଯାଇ ଦେଶ ପ୍ରଗତି ପଥରେ ଆଗେଇ ଚାଲିଛି । ଏହାରି ମଧ୍ୟରେ ବିହାରର ମୁଜଫରପୁର ଜଙ୍ଗସନର ଇଙ୍କୱାରୀ ସିଷ୍ଟମ ହାଇଟେକ ହେବା ଦିଗରେ ଆଗକୁ ବଢିଚାଲିଛି । ଏହି ରେଲୱେ ଷ୍ଟେସନରେ ବର୍ତ୍ତମାନ କ୍ୟୁଆର କୋଡ ଦ୍ୱାରା ଟ୍ରେନର ଗତିବିଧି ସୂଚନା ମିଳି ପାରୁଛି । ଏଥିରେ ପଚରାଉଚରା କାଉଁଣ୍ଟରେ ଲାଗୁଥିବା ଭିଡରୁ ମୁକ୍ତି ମିଳିବ ।

ଏହି ଟେକନିକରେ ଥରେ କ୍ୟୁଆର କୋଡ ସ୍କାନ କରିବା ପରେ ଚାରି ଘଣ୍ଟା ପର୍ଯ୍ୟନ୍ତ ମୁଜଫରପୁରରେ ଚାଲୁଥିବା ସମସ୍ତ ଟ୍ରେନର ସୂଚନା ମିଳୁଛି । ଏଥିପାଇଁ ଯାତ୍ରୀମାନେ କେବଳ ଥରେ ନିଜ ମୋବାଇଲରେ କ୍ୟୁଆର କୋଡ ସ୍କାନ କରିବାକୁ ପଡିବ । ଏହାପରେ ଚାରି ଘଣ୍ଟା ପର୍ଯ୍ୟନ୍ତ ଯିବା ଆସିବା କରୁଥିବା ଟ୍ରେନର ସୂଚନା ଘରେ ବସି ମିଳିପାରିବ । ଏଥିରେ ଯାତ୍ରୀ ମାନେ ପଚରାଉଚରା କାଉଁଣ୍ଟରକୁ ଯାଇ ପଚରିବାକୁ ପଡିବନି ।

ଏଥିସହ ମୁଜଫାପୁର ଜଙ୍ଗସନ ପଚରାଉଚରା କେନ୍ଦ୍ରରେ ଏକ ବଡ ଡିଜିଟାଲ ଡିସପ୍ଲେ ବୋର୍ଡ ମଧ୍ୟ ଲଗାଯାଇଛି । ଯେଉଁଠାରେ ଯାତ୍ରୀ ଟ୍ରେନର ଯିବା ଆସିବା ସମୟର ସୂଚନା ଜାଣିପାରିବେ । ଏହା ଲାଗିବା ଦ୍ୱାରା ମଧ୍ୟ ସେହି କେନ୍ଦ୍ରରେ ଯାତ୍ରୀମାନଙ୍କ ଭିଡ କମ ହୋଇଯିବ । ଇନଚାର୍ଜ ଦିଲ୍ଲୀପ କୁମାର କହିଛନ୍ତି ଯେ, କ୍ୟୁଆର କୋଡ ଲଗାଯାଇଛି, ଯେଉଁଥିରେ ଯାତ୍ରୀ ମାନଙ୍କୁ ବହୁ ସୁବିଧା ମିଳୁଛି । ସେହିପରି ପଚରାଉଚରା କେନ୍ଦ୍ରରେ ମଧ୍ୟ ଭିଡ କମୁଛି ।

Get real time updates directly on you device, subscribe now.