fbpx

ଆଜିଠୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ସମୟରେ ଆଜିଠାରୁ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ରାଜ୍ୟରେ ଆଜିଠାରୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ସ୍କୁଲରେ ପାଠପଢ଼ା ହେବ । ଅଭିଭାବକଙ୍କ ଅନୁମତି ପତ୍ର ନେଇ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ । କ୍ଲାସ୍‌ରୁମ୍‌ରେ ପାଠ ପଢ଼ା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଥିଲା । ତେବେ ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍‌ ହେବ ନାହିଁ। କୋଭିଡ କଟକଣା ମଧ୍ୟରେ ଚାଲିବ ପାଠପଢ଼ା ।

ତେବେ କ୍ଲାସରୁମ୍ ପାଠପଢ଼ା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ। ଅଭିଭାବକଙ୍କ ସହିତ ଆଲୋଚନା କରାଯାଇ ଛାତ୍ରଛାତ୍ରୀ ଅନଲାଇନ୍‌ କିମ୍ବା ଅଫଲାଇନ୍‌ରେ କ୍ଲାସ କରିପାରିବେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ହଷ୍ଟେଲ ମଧ୍ୟ ଖୋଲାଯିବ ।

Get real time updates directly on you device, subscribe now.